ପୁରୀରେ ଉଦଘାଟିତ ହେଲା ସ୍ବସ୍ତି ପ୍ରିମିୟମ୍ ବିଚ୍ ରିସୋର୍ଟ ।

0
Spread the love


ପୁରୀ:- ସ୍ବସ୍ତିଗୃପ୍ ଦ୍ବାରା ପୁରୀରେ ନିର୍ମିତ ସୃସ୍ଥିପ୍ରିମିୟମ୍ ବିଚ୍ ରିସୋର୍ଟର ଉଦଘାଟନ ହୋଇଛି। ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଛନ୍ତି। ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କନକ ବର୍ଦ୍ଧନ ସିଂଦେଓ ମଧ୍ୟ ଉପସ୍ଥିତ ଥିଲେ। ପୁରୀ ସାଂସଦ ସମ୍ବିତ ପାତ୍ର, ଭୁବନେଶ୍ଵର ସାଂସଦ ବାବୁ ସିଂହ, ପୁରୀ ବିଧାୟକ ସୁନିଲ ମହାନ୍ତି, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ମଧ୍ୟ ଉତ୍ସବରେ ଅତିଥ୍‌ ଭାବରେ ଯୋଗଦେଇଥିଲେ। ସୃଷ୍ଠି ଗୃପର ମ୍ୟାନେଜିଂ ଡାଇରେକ୍ଟର ଜେ.କେ. ମହାନ୍ତି କହିଛନ୍ତି, ସ୍ବସ୍ତି ପ୍ରିମିୟମ୍ ବିଚ୍ ରିସୋର୍ଟ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖ୍ ନିର୍ମିତ ହୋଇଛି। ଶକ୍ତି ସଂରକ୍ଷଣଠାରୁ ଆରମ୍ଭ କରି ଜଳ ସଂରକ୍ଷର ବ୍ୟବସ୍ଥା କରାଯାଇଛି। ବିଳାସପୂର୍ଣ୍ଣ ଏହି ରିସୋର୍ଟ ପକ୍ଷରୁ ପରିବେଶକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି।

ରିସୋର୍ଟରେ ସ୍ଥାନୀୟ ଉତ୍ପାଦନ ତଥା ଖାଦ୍ୟକୁ ଗୁରୁତ୍ବ ଦିଆଯାଇଥିବା ଶ୍ରୀ ମହାନ୍ତି କହିଛନ୍ତି। ହୋଟେଲର ଏକ ଗୃହରେ କେବଳ ଜଗନ୍ନାଥ ସଂସ୍କୃତିର ପ୍ରଚାର ସମ୍ବଳିତ ଭିଡିଓ ପ୍ରଦର୍ଶନ ପାଇଁ ରଖିବାକୁ ପୁରୀ ସାଂସଦ ସମ୍ବିତ ପାତ୍ର ପରାମର୍ଶ ଦେଇଛନ୍ତି। ଯାହାଦ୍ଵାରା ଏଠାକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଆମ ସଂସ୍କୃତି ବିଷୟରେ ଜାଣି ପାରିବେ। ଅଧପନ୍ତରିଆ ପଡ଼ିଥ୍‌ବା ଗ୍ରୀନ ଫିଲ୍ମ ଏୟାର ପୋର୍ଟ ହେଲେ ପର୍ଯ୍ୟଟନ ଆହୁରି ବଢିବ ବୋଲି ସେ କହିଛନ୍ତି। ପାରଦର୍ଶୀତାର ସହ ୱେଲଥ କ୍ରିଏସନ ନକଲେ ସମାଜରେ ନୂଆ ନିଯୁକ୍ତି ସୃଷ୍ଟି ହେବ ନାହିଁ ବୋଲି ସ୍ବସ୍ତି ପ୍ରିମିୟମ୍ ବିଚ୍ ରିସୋର୍ଟ ଉଦଘାଟନ କରିବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେ କ‌ହିଛନ୍ତି ଯେ ଓଡ଼ିଶାରେ ପର୍ଯ୍ୟଟନର ଅପାର ସମ୍ଭାବନା ଅଛି । ମାତ୍ର ବ୍ୟବସାୟିକ ବାତାବରଣ ଏବଂ ସଠିକ ରଣନୈତିକ ଯୋଜନା ନଥିବାରୁ ଆମେ ଓଡ଼ିଶାକୁ ରାଜସ୍ଥାନ ଭଳି ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିପାରୁନାହୁଁ। ଆମକୁ ଯୋଜନାଭିଭିକ ଭାବରେ ବ୍ୟବସାୟର ଏକ ପରିସଂସ୍ଥାନ ତିଆରି କରିବା ପାଇଁ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାର ଚଳିତ ବଜେଟରେ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ମଜଭୂତ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ପୂର୍ବୋଦୟ କଳ୍ପନାରେ ଓଡ଼ିଶାର ବିକାଶ ସହ ବହୁ ପ୍ରତିକ୍ଷୀତ କୋଷ୍ଟାଲ ହାଇୱେର କାମ ଖୁବ ଶୀଘ୍ର ଆରମ୍ଭ କରିବା ନେଇ ମୋଦୀ ସରକାର ଯୋଜନା କରୁଛନ୍ତି । କୋଷ୍ଟାଲ ହାଇୱେ ନୂଆ ଓଡ଼ିଶାର ଜୀବନରେଖା ହେବ। ବର୍ତ୍ତମାନ ସମୟରେ ଆମକୁ ରାଜପଥ, ଜଳପଥ, ବନ୍ଦର, ବିମାନବନ୍ଦର ଭିତ୍ତିଭୂମିକୁ ବଢାଇ ନିଯୁକ୍ତି ଓ ସ୍ଥାନୀୟ ଅର୍ଥନୀତିକୁ ସଦୃଢ କରିବା ପାଇଁ ହେବ। ଆତିଥେୟତା ଏବଂ ସେବା ଶିଳ୍ପ ମାଧ୍ୟମରେ ପର୍ଯ୍ୟଟନ ଶିଳ୍ପକୁ ତ୍ବରାନ୍ବିତ କରାଇବା ପାଇଁ ପଡିବ । ଆତିଥେୟତା ଶିଳ୍ପ ରୋଜଗାର ସୃଷ୍ଟି କରିବାର ବଡ ମାଧ୍ୟମ । ରାଜ୍ୟର ଭୌଗୋଳିକ ସ୍ଥିତିର ସୁଯୋଗକୁ ବ୍ୟବହାର କରି ଯେପରି ଆମେ ସମସ୍ତେ ନୂଆ ଓଡ଼ିଶା ଗଠନରେ ସାମୂହିକ ଦାୟିତ୍ବ ନେବା, ତାହା ଆମର ସଙ୍କଳ୍ପ ହେଉ।

Leave a Reply

Your email address will not be published. Required fields are marked *