ମହାପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ପୁରୀ:-ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦର୍ଶନ କରିଛନ୍ତି। ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସହ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ମଧ୍ୟ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ଗଣମାଧ୍ୟମକୁ ପତିକ୍ରିୟା ଦେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା। ନିର୍ବାଚନ ସମୟରେ ବିଜେପି ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ପାଳନ କରାଯିବ। ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ବିଜେପି କାର୍ଯ୍ୟ କରୁଛି । ଓଡିଶାର ମାତୃଶକ୍ତିକୁ ସଶକ୍ତିକରଣ କରିବା ପାଇଁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ମହିଳାଙ୍କୁ ଦେବା ପାଇଁ ଆମେ ଦାୟିତ୍ତ୍ଵ ନେଇ ନେଇଥିଲୁ। ଓଡ଼ିଆ ଲୋକମାନେ ଏହାକୁ ଭରସା କରିଥିଲେ। ପୁରୀ ଯୋଗୁଁ ଆମେ ସମସ୍ତେ, ଆମ ମହାପ୍ରଭୁଙ୍କ ଯୋଗୁଁ ଆମେ ସମସ୍ତେ । ଏହାର ମହିମା ଆହୁରି ବଢ଼ୁ। ପୁରୀକୁ ଅତ୍ୟାଧୁନିକ, ଆଧ୍ୟାତ୍ମିକ ସହର କରିବା ପାଇଁ ଯାହା ଦରକାର ତାହା କରିବା ପାଇଁ ଆମ ସରକାର ବଦ୍ଧପରିକର। ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଜ ହେବ। ରତ୍ନ ଅଳଙ୍କାର ଗଣତି ମଣତି ହେବ ବୋଲି ବିଜେପି କହିଥିଲା । ତାହା ପାଳନ କରାଯାଇଛି। ଏଏସଆଇ ଯାଞ୍ଚ କରିବା ପାଇଁ ଇଁ ସରକାରଙ୍କ ପକ୍ଷରୁ ଅବଗତ କରାଯାଇଛି। ଏଏସଆଇ ଖୁବ ଶ ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ କରିବ। ରାଜ୍ୟ ସରକାର ରତ୍ନ ଅଳଙ୍କାରର ଗଣତି କରି ଏହା ପୂର୍ବ ତାଲିକା ଅନୁଯାୟୀ ସବୁ ଠିକ୍ ଅଛି କି ନାହିଁ ତାହା କରିବେ ।