ଜଣେ ରକ୍ତ ଦାତା ଚାରି ଜଣ ଙ୍କ ଜୀବନ ରକ୍ଷା କରିଥାଏ: ସିଦ୍ଧାନ୍ତ ମହାପାତ୍ର

0
Spread the love


ବ୍ରହ୍ମପୁର:-ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ସ୍ପନ୍ଦନ ଫାଉଣ୍ଡେସନ ପକ୍ଷ ରୁ ରକ୍ତ ଦାନ ଶିବିର ମାଇଁ ସ୍କୁଲ ଇଟାଲୀ ପରିସରରେ ଅନୁଷ୍ଠିତ ହୋଇଯାଇଛି ୨୫ ଜଣ ରକ୍ତଦାନ କରିଥିଲେ। ବରିଷ୍ଠ ଅଭିନେତା ତଥା ଦିଗପହଣ୍ଡି ବିଧ୍ୟାୟକ୍ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଶିବିର ଉଦଘାଟନ କରି ଅନୁଷ୍ଠାନ ର କାର୍ଯ୍ୟକ୍ରମ କୁ ପ୍ରସଂସା କରିବା ସହ
ଜଣେ ରକ୍ତ ଦାତା ଚାରି ଜଣ ଙ୍କ ଜୀବନ ରକ୍ଷା କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ସ୍ପନ୍ଦନ ଫାଉଣ୍ଡେସନ ର ସଦସ୍ୟ ସଦସ୍ୟା ଙ୍କ ସମାଜ ସେବା ମନୋଭାବ କୁ ପ୍ରସଂଶ। କରିବା ସହ ରକ୍ତ ଦାନ କରିବା ନିମନ୍ତେ ସମସ୍ତେ ଆଗଭର ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ମାଇଁ ସ୍କୁଲ ଇଟାଲୀ ର ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀ, ବରିଷ୍ଟ ସାମ୍ବାଦିକ ଶ୍ରୀ ସୁଦିପ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ବ୍ଲଡ଼ ବ୍ୟାଙ୍କ ର କର୍ମଚାରୀ ମାନେ ସହୋଜୋଗ କରିଥିବା ବେଳେ ଶ୍ରୀ ଦିଲୀପ ମହାପାତ୍ର, ସସ୍ମିତା ସାହୁ, ବାଳକୃଷ୍ଣ ସାମନ୍ତରା,ସୌରଭ ରଥ, ଅନ୍ତର୍ଯ୍ୟାମୀ ପାତ୍ର, ମନୋଜ କୁମାର ସାହୁ, ପୁଷ୍ପାଞ୍ଜଳି ମହାପାତ୍ର, ରାଜେଶ ପାତ୍ର, ବୁଲୁ ଗନ୍ତାୟତ, ଆଲେଖ ଦାଶ, ଗାୟତ୍ରୀ ପଣ୍ଡା, ମନସ୍ଵିନୀ ପାତ୍ର, ସୁଶାନ୍ତ ସାହୁ, ଜଗଦୀଶ ପାଣିଗ୍ରାହୀ, ବଳରାମ ସେଠୀ, ଗୀତାଞ୍ଜଳି ସାହୁ, ମିନତି ପାତ୍ର, ନିବେଦିତା ପାଢ଼ୀ ପ୍ରମୁଖ ଶିବିର ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *