ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ରେ ବିଶ୍ବ ଅନ୍ତରୀକ୍ଷ ଦିବସ ପାଳିତ।
ଗଞ୍ଜାମ(ବିନୋଦ ଚନ୍ଦ୍ର ପଲାଇ):-ଗଞ୍ଜାମ ବ୍ଳକ ଅନ୍ତର୍ଗତ ରଘୁନାଥପୁର ଗ୍ରାମ ସ୍ଥିତ ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ “ରାଷ୍ଟ୍ରୀୟ ଅନ୍ତରିକ୍ଷ ଦିବସ” ପାଳିତ ହୋଇଯାଇଛି। ଶିକ୍ଷକ ପ୍ରମୋଦ କୁମାରବାରିକଙ୍କସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ଦାଶ ଯୋଗଦେଇ
ଅଗଷ୍ଟ ୨୩ ୨୦୨୩ରେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରରେ ସଫଳତା ପୂର୍ବକ ଅବତରଣ କରିଥିଲା। ସେହି ଦିନକୁ ମନେ ରଖିବା ପାଇଁଁ ଆମର ବରେଣ୍ୟ ପ୍ରଧାନମନ୍ତ୍ରୀ ଅଗଷ୍ଟ ୨୩ ତାରିଖକୁ “ରାଷ୍ଟ୍ରୀୟ ଅନ୍ତରିକ୍ଷ ଦିବସ” ରୂପେ ଘୋଷଣା କରିଥିଲେ ତାହା ଶିଶୁ ଭାଇ ଭଉଣୀ ମାନଙ୍କୁ ଅବଗତ କରାଇଥଲେ l
।ବିଦ୍ୟାଳୟର ଭାରା ପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ସସ୍ମିତା ମହାରଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ସମସ୍ତ ଗୁରୁଜୀ ଗୁରୁମା ଦୀପା ସାହୁ, ସ୍ବପ୍ନାରାଣୀ ପାତ୍ର, ରୂପାଲି ମୁଦୁଲି, ସଂଧ୍ୟା ପ୍ରଧାନ, ମାମାଲି ସାହୁ ଜାଗୃତି ସାହୁ, ବିଦେଶିନୀ ମାଳୀ, ରାକେଶ ଛୋଟରାୟ, ପୂଜା ସ୍ବାଇଁ, ଅଞ୍ଜନା ମୁଦୁଲି ସମେତ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।