ମଣି ଗାୟତ୍ରୀ ପାଠାଗାର ଉଦଘାଟିତ
ଗଞ୍ଜାମ( ବିନୋଦ ଚନ୍ଦ୍ର ପଲାଇ):-ଗଞ୍ଜାମ ବ୍ଳକ ଅନ୍ତର୍ଗତ ଖଣ୍ଡଦେଉଳି ହାଇସ୍କୁଲ ପରିସରରେ ମଣି ଗାୟତ୍ରୀ ପାଠାଗାର ଉଦଘାଟିତ ହୋଇଯାଇଛି l. ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼ଃ. ଶଙ୍କର ନାରାୟଣ ବେଜ଼ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦଘାଟନି ଉତ୍ସବରେ ଗଞ୍ଜାମ ତହସିଲଦାର କୁଞ୍ଜବିହାରି ବଡ଼ଜେନା ଯୋଗ ଦେଇ ଏହି ପାଠାଗାରକୁ ଉଦଘାଟନ କରିଥିବା ବେଳେ,ମୁଖ୍ୟ ଅତିଥି ରୂପେ ଗଞ୍ଜାମ ବିଇଓ ସୁଚିତ୍ରା ପାଣିଗ୍ରାହୀଯୋଗଦେଇବିଦ୍ୟାର୍ଥୀଙ୍କ ବାହ୍ୟଜ୍ଞାନ ଅର୍ଜନ ପାଇଁ ପାଠାଗାର ନିହାତି ଆବଶକ୍ୟ ବୋଲି କହିଥିଲେ l ଏବଂ ଏହି ବିଦ୍ୟାଳୟର ପୁରାତନ ଛାତ୍ର ଅବସରପ୍ରାପ୍ତ ଆଇଏଏସ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଶିକ୍ଷା ପରାମର୍ଶ ଦାତା ଉପେନ୍ଦ୍ର ତ୍ରିପାଠୀ ବିଦ୍ୟାର୍ଥୀଙ୍କପାଇଁ ଏକ ପଠାଗାରର ଅନୁଭବ କରି ଏକଲକ୍ଷ 50ହଜାର ଟଙ୍କା ଆର୍ଥିକ ସହାୟତା କରିବା ଓ l ବିଦ୍ୟାଳୟ ତରଫରୁ ଏହି ପାଠାଗାରଟି ତ୍ରିପାଠୀଙ୍କ ସ୍ୱର୍ଗତ ସ୍ତୀଙ୍କସ୍ମୃତି ରେl ନାମରେ ନାମରେ ନାମିତ କରିଥିବାରୁ ଅତିଥି ମାନେଅବସରପ୍ରାପ୍ତ ଆଇଏଏସ ତ୍ରିପାଠୀ ଏବଂ ବିଦ୍ୟାଳୟକୁ ପ୍ରଶଂସା କରିଥିଲେ l. ସ୍କୁଲ ଏସଏମସି ସଭାପତି, ସଦସ୍ୟ ଓ ଶିକ୍ଷକ, ଶିକ୍ଷୟତ୍ରୀ, ଗ୍ରାମବାସୀ ମଧ୍ୟ ନିଜ ବ୍ୟକ୍ତବ୍ୟରେ କୃତଜ୍ଞତା ଜଣାଇଥିଲେ l ଏହି ଉତ୍ସବରେ ସମସ୍ତ ବିଦ୍ୟାର୍ଥୀ, ବହୁ ପୁରାତନ ବିଦ୍ୟାର୍ଥୀ, ଉପସ୍ଥିତ ଥିଲେ
ଏହାକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରି, ଓ କର୍ମଚାରୀ ସହଯୋଗ କରିଥିଲେ