ବିଶ୍ୱମ୍ଭର ବିଦ୍ୟାପୀଠରେ ଜାତୀୟ ମହାକାଶ ଦିବସ ପାଳନ

0
Spread the love


ପୁରୀ : ଜାତୀୟ ମହାକାଶ ଦିବସ ପୁରୀର ବିଶ୍ୱମ୍ଭର ବିଦ୍ୟାପୀଠ ପରିସରରେ ପାଳନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଭଶ୍ରୀ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଦ୍ୟାଳୟର ସମସ୍ତ ବିଜ୍ଞାନ ଶିକ୍ଷକଙ୍କ ସହ ପ୍ରିୟଦର୍ଶିନୀ ସାହୁ, ଟ୍ୱିଙ୍କଲ୍ ପ୍ରିୟଦର୍ଶିନୀ ଏବଂ ଆଶିଷ କୁମାର ଜେନା। ପିଲାମାନଙ୍କ ନିମନ୍ତେ NCERT ଦ୍ଵାରା ଏକ ଭିଡିଓ ପ୍ରସାରଣ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟୀ ହୋଇଥିବା ପ୍ରତିଯୋଗୀଙ୍କୁ ସମ୍ଭର୍ଦ୍ଧନା କରାଯାଇଥିଲା। ଏହି ଦିବସରେ ଭାରତର ମହାକାଶ ଯାତ୍ରା ଆଧାରିତ ଚିତ୍ରାଙ୍କନ, ସାଧାରଣ ଜ୍ଞାନ ଏବଂ ପ୍ରକଳ୍ପ ପ୍ରତିଯୋଗିତା କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାଶ ପ୍ରକଳ୍ପ ପରିଦର୍ଶନ କରି ପିଲା ମାନଙ୍କୁ ଭାରତୀୟ ମହାକାଶ ଗବେଷଣା ଅନୁଷ୍ଠାନର ଉତ୍ପତ୍ତି ଏବଂ ଯାତ୍ରା ବିଷୟରେ କହିଥିଲେ । ପରେ ସେ ପିଲା ମାନଙ୍କ ମହାକାଶ ବିଜ୍ଞାନ ପ୍ରତି ରୁଚି ବଢ଼ାଇଥିଲେ।

Leave a Reply

Your email address will not be published. Required fields are marked *