ଭିଜିଲାନ୍ସ ଜାଲରେ ଆଠଗଡ଼ ବିଡିଓ।
ଆଠଗଡ:-ଭିଜିଲାନ୍ସ ଜାଲରେ ପୁଣି ଏକ ସରକାରୀ କର୍ମଚରୀ।ଆଠଗଡ଼ ବିଡିଓ ପ୍ରଦୀପ ସାହୁ ଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବିଡିଓ ପ୍ରଦୀପ ସାହୁ ଗିରଫ ହୋଇଥିବା ସୂଚନା ମିଳିଛି। ବ୍ଲକ ଅଫିସ ସମେତ ୮ଟି ସ୍ଥାନରେ ହୋଇଥିଲା ରେଡ୍। ରେଡ୍ କରି ୬ଲକ୍ଷ ଟଙ୍କା, ୪୫୨ ଗ୍ରାମର ସୁନା ଜବତ କରିଥିଲା ଭିଜିଲାନ୍ସ।୪୭ ଲକ୍ଷ ଟଙ୍କାର ଜମା ଠାବ କରିଥିଲା ଭିଜିଲାନ୍ସ।