ହିଞ୍ଜିଳି ସମରଝୋଳ ଛକରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଏମକେସିଜି ହସ୍ପିଟାଲରେ ସାକ୍ଷାତ କରିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା।

0
Spread the love


ବ୍ରହ୍ମପୁର(କପିଳ ପାଢ଼ୀ):- ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ଜେନା ଏମକେସିଜି ମେଡ଼ିକାଲ ରେ ପହଞ୍ଚି ଦୁର୍ଘଟଣା ରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଭେଟିଥିଲେ।ଦୁର୍ଘଟଣା ସମୟରେ ସମସ୍ତ ବିଷୟରେ ବୁଝିବା ସହିତ ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ହସ୍ପିଟାଲ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।ପରେ ସମରଝୋଳ ଠାରେ ଘଟିଥିବା ଦୁର୍ଘଟଣା ସ୍ଥଳରେ ପହଞ୍ଚିଲେ ମନ୍ତ୍ରୀ । ପ୍ରତ୍ୟକ୍ଷଦର୍ଶୀ ଙ୍କ ସହିତ ଆଲୋଚନା କରିବା ସହିତ ଦୁର୍ଘଟଣା ଘଟଣା ବିଷୟରେ ସମୀକ୍ଷା କରିଥିଲେ।ଏହା ଅତ୍ୟନ୍ତ ହୃଦୟ ବିଦାରକ, ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିର ପରିବାର ଙ୍କୁ ଦୁଇ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରିଥିଲେ ମନ୍ତ୍ରୀ ଶ୍ରୀ ଜେନା।ଏହା ସହିତ ଏହି ଘଟଣା ର ସଠିକ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଏଭଳି ଘଟଣା ଯେଭଳି ପୁନରାବୃତ୍ତି ନ ଘଟେ ସେଥିପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ରାଜ୍ୟ ସରକାର ଓ ପ୍ରଶାସନ ତରଫରୁ ଆହତଙ୍କୁ ସମସ୍ତ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯାଉଛି ବୋଲି ସେ କହିଥିଲେ। ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ,ବ୍ରହ୍ମପୁର ଏସପି ସାର୍ଥକ ଷଡଙ୍ଗୀ, ଉପଜିଲ୍ଲାପାଳ ଦିନା ଦସ୍ତଗିର ଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।। ଏପରି ଦୁର୍ଘଟଣାର ପୁନରାବୃତ୍ତି ନ ହେଉ ଧ୍ୟାନ ଦେବା ସହିତ ଏହି ଘଟଣାର ତଦନ୍ତ ପାଇଁ ବ୍ୟବସ୍ଥା କରାଯିବ ବୋଲିି କହିଛନ୍ତି ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

Leave a Reply

Your email address will not be published. Required fields are marked *