ବଜାଜ ଅଟୋ ପକ୍ଷରୁ ବ୍ରହ୍ମପୁରର ଶ୍ରୀରାମ ଅଟୋରେ ନୂଆ ଇଲେକ୍ଟ୍ରିକ୍ ତିନିଚକିଆ ଯାନ ଶୋରୁମ ଖଜୁରୀଆ ରୋଡ଼ ଠାରେ ଉଦଘାଟିତ ହୋଇଯାଇଛି।

0
Spread the love

ବ୍ରହ୍ମପୁର:-(କପିଳ ପାଢ଼ୀ ):-ବିଶ୍ୱର ସବୁଠୁ ମୂଲ୍ୟବାନ ଦୁଇଚକିଆ ଓ ତିନିଚକିଆଯାନ କମ୍ପାନି ବଜାଜ୍ ଅଟୋ ଲିମିଟେଡ୍ ପକ୍ଷରୁ ବ୍ରହ୍ମପୁରରେ ଏହାର କାର୍ଗୋ ଓ ଯାତ୍ରୀବାହୀ ଇଲେକ୍ଟ୍ରିକ୍ ତିନିଚକିଆ ଯାନର ଶୋରୁମ ଉନ୍ମୋଚନ କରାଯାଇଛି। ବଜାଜ ଅଟୋ ଲିମିଟେଡ୍‌ର ଆର୍‌ଏମ୍ (ସେଲ୍‌ସ) ନିଖିଲ ତ୍ରିବେଦୀ, ଆର୍‌ଏମ୍ (ସର୍ଭିସ୍‌) ମୂରଲୀ କୃଷ୍ଣ ଆଇନାବଲି ଅତିଥିଭାବେ ଯୋଗଦେଇ ଶୋରୁମ ର ଶୁଭାରମ୍ଭ କରିଥିଲେ।ଉନ୍ମୋଚନ କରିଛନ୍ତି। କମ୍ପାନି ପକ୍ଷରୁ କାର୍ଗୋ ଇଲେକ୍ଟ୍ରିକ୍ ଯାନ “ବଜାଜ ମାକ୍ସିମା କାର୍ଗୋ ଇ-ଟେକ୍ ୯.୦ ଓ ୧୨.୦ ଏବଂ ଯାତ୍ରୀବାହୀ ଇଲେକ୍ଟ୍ରିକ୍ ଯାନ ବଜାଜ ଆର୍‌ଇ ଇ-ଟେକ୍ ୯.୦କୁ ଆଜି ଲୋକାର୍ପଣ କରିଥିଲେ ଅତିଥି। ଗତ ପାଂଚ ଦଶନ୍ଧି ମଧ୍ୟରେ ୭୫ ଲକ୍ଷରୁ ଅଧିକ ତିନି ଚକିଆ ଯାନ କ୍ରେତାଙ୍କ ପାଇଁ ବଜାଜକୁ ପସନ୍ଦର ବ୍ରାଣ୍ଡରେ ପରିଣତ କରିଛି। ବଜାଜ ଇଲେକ୍ଟ୍ରିକ୍ ତିନି ଚକିଆ ଯାନ ବଜାଜର ବିଶ୍ୱସ୍ତରୀୟ ଗବେଷଣା ଏବଂ ବିକାଶ କେନ୍ଦ୍ରରେ ଡିଜାଇନ୍ ଏବଂ ବିକଶିତ କରାଯାଇଛି ଏବଂ ୱାଲୁଜରେ ଥିବା କମ୍ପାନିର କାରଖାନାରେ ଉତ୍ପାଦନ କରାଯାଇଛି। ନୂତନ ଯାନଗୁଡିକ ରେଞ୍ଜ, ଲୋଡ୍ ବହନ କ୍ଷମତା, ଗ୍ରେଡେବିଲିଟି ଉପରେ ଉଚ୍ଚ କାର୍ଯ୍ୟଦକ୍ଷତା ପ୍ରଦାନ କରିବା ଏବଂ ସ୍ଥାୟୀ ହେବା ପାଇଁ ପ୍ରସ୍ତୁତ କରାଯାଇଛି। ଇଲେକ୍ଟ୍ରିକ୍ ତିନି ଚକିଆ ଯାନରେ ଆଇପି୬୭ ରେଟେଡ୍ ଆଡଭାନ୍ସଡ୍ , ଏଲଆଇ-ଆୟନ ବ୍ୟାଟେରି, ଦୁଇ-ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ଏବଂ ଏକ ସ୍ଥାୟୀ ମ୍ୟାଗ୍ନେଟ୍ ସିନଟ୍ରାଂନାସ୍ (ପିଏମ୍‌ଏସ୍‌) ମୋଟର ରହିଛି।ଏହାବ୍ୟତୀତ ଅନବୋର୍ଡ ଚାର୍ଜର ଭାରୀ ଚାର୍ଜର ନେବାର ଆବଶ୍ୟକତାକୁ ଦୂର କରୁଛି ଯାହା ଚାର୍ଜିଂ ପ୍ରକ୍ରିୟାକୁ ସୁବିଧାଜନକ କରିଛି।ଇଲେକ୍ଟ୍ରିକ୍ ତିନିଚକିଆ ଯାନରେ ୮.୯ କିଲୋୱାଟ୍ ବ୍ୟାଟେରି ରହିଛି ଯାହା ୧୭୮ କିମି ରେଂଜ୍ ପ୍ରଦାନ କରୁଥିବା ବେଳେ ଏକ୍ସଏଲ୍ କାର୍ଗୋ ଇ-ଟେକ୍ ରେ ୧୧.୮ କିଲୋୱାଟ୍ ବ୍ୟାଟେରି ରହିଛି ଯାହା ୧୮୩ କିମି ରେଂଜ୍ ପ୍ରଦାନ କରୁଛି।ଏହି ତିନିଚାକିଆ ଯାନ ବ୍ୟବସାୟୀ ଏବଂ ଯାତ୍ରୀବାହୀ କ୍ଷେତ୍ରରେ ଉଲ୍ଲେଖନୀୟ ରହିବ ବୋଲି ଶୋରୁମ ମୁଖ୍ୟ ଦେବେଶ ଲଠ କହିଛନ୍ତି।ଏହି ଉଦଘାଟନୀ ଉତ୍ସଵ ରେ କମ୍ପାନୀ ର ବହୁ ଅଧିକାରୀ ଏବଂ ଶୋରୁମ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *