ଅନ୍ତର୍ଜାତିକ ଲାୟନ୍ସ କ୍ଲବ ତରଫରୁ ଛାତ୍ର ଓ ଛାତ୍ରୀଙ୍କ ଚକ୍ଷୁ ଓ ଦନ୍ତ ପରିକ୍ଷା କାର୍ଯ୍ୟକ୍ରମ।
ବ୍ରହ୍ମପୁର:-ଅନ୍ତର୍ଜାତିକ ଲାୟନ୍ସ କ୍ଲବର ( ଲାୟନ୍ସ ଜିଲ୍ଲା – 322C4 ) ଆନୁକୁଲ୍ୟରେ ବ୍ରହ୍ମପୁର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଗୋସାଇଁ ନୂଆଗାଁ ଠାରେ ବିଦ୍ୟାଳୟର ଛାତ୍ର ଓ ଛାତ୍ରୀଙ୍କ ଚକ୍ଷୁ ଓ ଦନ୍ତ ପରିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । । ମଡର୍ଣ୍ଣ ଆଇ କେଆର, ବ୍ରହ୍ମପୁର ଏବଂ ଶ୍ରୀ ଡେଣ୍ଟାଲ କେଆର, ବ୍ରହ୍ମପୁର ଏହି ସ୍ବାସ୍ଥ୍ୟ ପରିକ୍ଷା ଶିବିରରେ ଯଥାକ୍ରମେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ଓ ଦନ୍ତ ପରିକ୍ଷା କରି ଆବଶ୍ୟକ ଡାକ୍ତରୀ ପରାମର୍ଶ ଦେଇଥିଲେ । ଲାୟନ୍ସ ଜିଲ୍ଲା 322C4 ତରଫରୁ ଲାୟନ୍ସ ଜିଲ୍ଲା ଗଭର୍ଣ୍ଣର ଲାୟନ ସରସ୍ଵତୀ ପାତ୍ର ଏହାର ଉଦ୍ଘାଟନ କରିଥିଲେ । ଲାୟନ୍ସ ଜିଲ୍ଲା ତରଫରୁ ମିନାକ୍ଷୀ ଦାସ, ମାୟା ସ୍ବାଇଁ, ସୁରେଶ ପାଢୀ ଓ ହରିହର ଦାସ ( ପୂର୍ବତନ ଲାୟନ୍ସ ଜିଲ୍ଲା ଗଭର୍ଣ୍ଣର ଦ୍ବୟ), ପ୍ରଦୀପ ମଣ୍ଡଳ , ଧର୍ମା ରାଓ ଜଣଶମ୍ପର୍କ ଅଧିକାରୀ,,ସୌମିକ ସାହୁ, ନବୀନ ସତପଥୀ, ଡ. ପୁଷ୍ପାଞ୍ଜଳୀ ପଢ଼ାଳ,ଡ. ବିନାୟକ ପଟ୍ଟନାୟକ, ଡ. ସନ୍ଧ୍ୟାରାଣୀ ଦାଶ, ଇଂ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଆଇନଜୀବୀ (ଇଂ) ବିଜୟ ଚନ୍ଦ୍ର ମିଶ୍ର, କୁମୁଦିନୀ ଚୌଧୁରୀ, ନମିତା ରାଉତ, ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସିମାଞ୍ଚଳ ପାତ୍ର ପ୍ରମୁଖ ଏହି ସ୍ବାସ୍ଥ୍ୟ ପରିକ୍ଷା ଶିବିରର ପରିଚାଳନା କରି ଏହାକୁ ସଫଳ କରାଇଥିଲେ ।
ଏହି ଶିବିରର ଉଦ୍ଘାଟନ ସମୟରେ ସ୍କୁଲର ସଭାପତି ଶ୍ରୀଯୁକ୍ତ ଦାଶ, ସଂପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପାତ୍ର, ପ୍ରଧାନ ଆଚାର୍ଯ୍ଯ ଶ୍ରୀଯୁକ୍ତ ନାରାୟଣ ପଣ୍ଡା, ସହ-ପ୍ରଧାନ ଆଚାର୍ଯ୍ଯ ଶ୍ରୀଯୁକ୍ତ ପତିତପାବନ ସତପଥୀ, ଅନ୍ଯ ଗୁରୁଜୀ ଓ ଗୁରୁମା ଏବଂ ଲାୟନ୍ସ ଜିଲ୍ଲାର ବରିଷ୍ଠ ସଦସ୍ଯମାନେ ଛାତ୍ରଛାତ୍ରୀଙ୍କୁ ସ୍ବାସ୍ଥ୍ୟର ଯତ୍ନ, ଶିକ୍ଷା ଓ ଭାରତର ସଂସ୍କୃତି ଉପରେ ଆଲୋକପାତ କରିଥିଲେ ।