ମୁକୁଳା ଡ୍ରେନରେ ଭାସିଗଲା ୧୧ ବର୍ଷର ଛାତ୍ର, ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି
ବ୍ରହ୍ମପୁର(କପିଳ ପାଢ଼ୀ): ଡ୍ରେନରେ ଭାସିଗଲା ୧୧ ବର୍ଷର ଛାତ୍ର । ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ୧୪ ନମ୍ବର ଲେନରେ। ଛାତ୍ରଟିର ନାଁ ସାଇରାମ ପାତ୍ର। ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଟିଉସନ ସାରି ଘରକୁ ଫେରିଥିଲେ ସାଇରାମ। ଆଉ ଘରୁ ପୁଣି ବାହାରକୁ ଯାଇଥିଲେ । ହେଲେ ସାଇକେଲ ଧରି ଘରୁ ବାହାରକୁ ଯିବା ବେଳେ ମୁକୁଳା ଡ୍ରେନରେ ଖସିପଡ଼ି ଭାସିଯାଇଥିବା କହିଛନ୍ତି ପରିବାରଲୋକେ।
ତେବେ ସେ ଚଳାଉ ଥିବା ସାଇକେଲଟି ନାଳରୁ ମିଳିଥିବାବେଳେ ଏଯାଏଁ ସାଇରାମଙ୍କ ପତ୍ତା ମିଳିନି। ଖବର ପାଇ ଅଗ୍ନିଶମ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ, ବୁଧବାର ବ୍ରହ୍ମପୁରରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଅନେକ ସ୍ଥାନରେ ପାଣି ଜମିଥିବାବେଳେ ଅନେକ ସ୍ଥାନରେ ଡ୍ରେନ ପାଣି ରାସ୍ତା ଉପରେ ଚାଲୁଛି।