ଭାରତ ବନ୍ଦ ଡାକରାରେ ଦୋକାନ ବଜାର ଅଫିସ ବନ୍ଦ।
କଳାହାଣ୍ଡି(ପ୍ରଦୀପ କୁମାର ଗଉଡ):-ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟରେ ଚଳିତ ମାସ ୧ ତାରିଖରେ ଏକ ରାୟ ପ୍ରକାଶ ପାଇଥିଲା ।ଏହି ରାୟ ଅନୁସାରେ ଆଦିବାସୀ ଓ ହରିଜନ ମାନଙ୍କ ଜାତି ଭିତ୍ତିକ ସଂରକ୍ଷଣକୁ ପରିବର୍ତ୍ତନ କରି ଆର୍ଥିକ ଭିତ୍ତିକ ସଂରକ୍ଷଣ ଦିଆ ଯିବ ବୋଲି ପ୍ରକାଶ ପାଇଥିଲା।
ସୁପ୍ରିମ କୋର୍ଟଙ୍କ ରାୟ ଅନୁସାରେ ଆର୍ଥିକ ଭାବରେ ସ୍ୱଚ୍ଛଳ ଥିବା ଆଦିବାସୀ ଓ ହରିଜନ ପରିବାରକୁ ସଂରକ୍ଷଣ ପରିବର୍ତ୍ତେ ଆର୍ଥିକ ଭାବରେ ଦୁର୍ବଳ ପରିବାରକୁ ସଂରକ୍ଷଣ ଦିଆଯିବ କଥା ଉଲ୍ଲେଖ ଥିଲା। ଉକ୍ତ ରାୟକୁ ସମସ୍ତ ରାଜ୍ୟ ରେ ଲାଗୁ କରିବାକୁ ସୁପ୍ରିମ କୋର୍ଟର ନିର୍ଦ୍ଦେଶ ମଧ୍ୟ ହୋଇଥିଲା।ଏହି ରାୟକୁ ବିରୋଧ କରି ଆଜି ସାରା ଦେଶରେ ଆଦିବାସୀ ଓ ହରିଜନ ସଂଘ ମିଳିତ ଭାବରେ ଭାରତ ବନ୍ଦ୍ ଡାକରା ଦେଇ ଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ସହର ରେ ମଧ୍ୟ ତାକୁ ସମର୍ଥନ କରି ବନ୍ଦ୍ ପାଳନ କରାଯାଇଛି।ଏହି ବନ୍ଦ୍ ଡାକରାରେ ନର୍ଲା ଅଞ୍ଚଳ ର ଆଦିବାସୀ ଓ ହରିଜନ ସଂଘ ମିଳିତ ଭାବରେ ଯୋଗ ଦେଇ ଥିଲେ।
ସକାଳ ୭ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ହୋଇଥିବା ଉକ୍ତ ବନ୍ଦ୍ ଡାକରାରେ ସ୍କୁଲ୍, କଲେଜ୍, ବ୍ୟାଙ୍କ୍, ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ୍ ହେବା ସହିତ ଯାନ ବାହନ ଚଲା ଚଳ ମଧ୍ୟ ବନ୍ଦ୍ ଥିଲା।ନର୍ଲା ପୋଲିସର ସହାୟତାରେ ଶାନ୍ତି ଶୃଙ୍ଖଳା ସହିତ ବନ୍ଦ୍ ପାଳନ କରାଯାଇ ଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଆଦିବାସୀ ଓ ହରିଜନସଂଘ ମିଶି ଏସଟି ଏସସି ଅଧିକାର ସୁରକ୍ଷା ମହାସଂଘ ନାମରେ ଏକ ନୂଆଁ ସଂଘ ମାଧ୍ୟମରେ ଉକ୍ତ ବନ୍ଦ୍ କୁ ପାଳନ କରିଥିଲେ। ଉକ୍ତ ସଂଘର ସଭାପତି ହରିଶଙ୍କର ମାଝୀ , ଉପ ସଭାପତି ରଘୁନାଥ ଦୀପ୍, ସମ୍ପାଦକ ଜୟ ବିଭାର, ସହ ସମ୍ପାଦକ ବୀରକିଶୋର ମାଝୀ, ଶାନ୍ତି ମାଝୀ, ଧରମ କୁମାର୍ ତାଣ୍ଡି, ଶୈଳ କୁମାର୍ ବରୁଣ ନାଏକ,ଦେବରଜ୍ ମାଝୀ, କିଶୋର ମାଝୀ, ଅଭୟ ନାଏକ, କାମରାଜ୍ ନାଏକ, ଦିଲ୍ ଡିଓ ଘର୍ଡା, କବିତା ବାଗ୍, ତନୁଜା ହର୍ ପାଲ୍, ମାୟାଧର ମାଝୀ, ନିର୍ମଳ ଦୀପ ଓ ନର୍ଲା ଅଞ୍ଚଳର ଶତାଧିକ ଆଦିବାସୀ ଓ ହରିଜନ ମହିଳା,ପୁରୁଷ ଯୋଗ ଦେଇଥିଲେ। ବୁଧବାର ରୁପ୍ରାରୋଡ ସାପ୍ତାହିକ ହାଟ ବନ୍ଦ ରହିବା ସହିତ ଦୋକାନ ଗୃହ ଗୁଡିକ ମଧ୍ୟ ବନ୍ଦ ରହିଥିଲା।