ରକ୍ତଦାନ କରି ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳିଲା ଓଡିଶା ଯୁବ କଂଗ୍ରେସ।
ଭୁବନେଶ୍ଓବର :- ଓଡିଶା ପ୍ରଦେଶ ଯୁବକଂଗ୍ରେସ ପକ୍ଷରୁ ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ ଯୁବ କଂଗ୍ରେସ ନେତା କୃଷ୍ଣ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ସ୍ଥାନୀୟ ଭୁବନେଶ୍ୱର ସ୍ଥିତ ଜୟଦେବ ୟୁଥ୍ କ୍ଲବ୍ ପ୍ରାଙ୍ଗଣରେ ଅନୁଷ୍ଠିଷ୍ଟ ହୋଇଛି | ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶ କଂଗ୍ରେସ ର ଷ୍ଟିଅରିଂ କମିଟିର ସଦସ୍ୟ ଡ଼କ୍ଟର ବିଶ୍ୱରଂଜନ ମହାନ୍ତି ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଅଖିଳଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ରାଜ୍ୟ ଯୁବକଂଗ୍ରେସ ସଭାପତି ଡ଼କ୍ଟର ସ୍ମୃତିରଞ୍ଜନ ଲେଙ୍କା , ଜ୍ଞାନରଞ୍ଜନ ରାଉତ ,ବିଶ୍ଵଜୀତ ଲେଙ୍କା ,ଆଦିତ୍ୟ ପରିଡା, ତପନ କାଣ୍ଡି, ବିରେନ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ |