ଗଞ୍ଜାମ ବ୍ଲକ ରେ ରାକ୍ଷୀ ପୂର୍ଣ୍ଣିମାରେ ନିଶାନିବାରଣ ବ୍ରତ।

0
Spread the love


ଗଞ୍ଜାମ (ବିନୋଦ ଚନ୍ଦ୍ର ପଲାଇ):-ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ମହାବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ” ରାକ୍ଷୀ ପୂର୍ଣ୍ଣିମା ରେ ନିଶାନିବାରଣ ବ୍ରତ ” ଅନୁଷ୍ଠିତ ହୋଇଯାଇଛି l
ଗଞ୍ଜାମ ବ୍ଲକ, ଆମ ଓଡିଶା ଓ ସାହିତ୍ୟ ଘର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପ୍ରାରମ୍ଭରେ ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀଚରଣ ପାଢ଼ୀ ରାଜ୍ୟର ପ୍ରଥମେ ଓଡ଼ିଆ ଲିଖନ, ପରେ ରକ୍ତଦାନ ଶିବିର ଆୟୋଜନ ର ସଫଳତା ପରେ ଯୁବ ସମାଜକୁ ନିଶାମୁକ୍ତ କରିବା ପାଇଁ ଚଳିତ ବର୍ଷ ଠାରୁ
ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଶାନିବାରଣ ବ୍ରତ ଅଭିଯାନ ଆରମ୍ଭ କରିଥିବା ସୂଚନା ଦେଇଥିଲେ l ଗଞ୍ଜାମ ବ୍ଳକ ସାହିତ୍ୟ ଘର ସଭାପତି ଶିକ୍ଷାବିତି ବିଜୟକୁମାର ବିଶ୍ୱାଳଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗୋପାଳ କୃଷ୍ଣ ମହାବିଦ୍ୟାଳୟର ଅଧକ୍ଷ ଡ଼. ସିଏଚ. ସୁଧାକର, ମୁଖ୍ୟବକ୍ତାରୂପେ ରମ୍ଭା ଥାନାର ସେକେଣ୍ଡ ଅଫିସର ଧରତ୍ରି ବିଶ୍ୱାଳ, ସମ୍ମାନିୟ ଅତିଥି ରୂପେ ଶିକ୍ଷାବିତି ବାଳକୃଷ୍ଣ ମହାରଣା, ପୂର୍ବତନ ସରପଞ୍ଚ କେଦାର ସ୍ୱାଇଁ, ଭରସାର ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହୀ, ରମ୍ଭା ଥାନାର ଅନ୍ୟତମ ଅଫିସର ରବୀନ୍ଦ୍ର କୁମାର ପ୍ରଧାନ, ଓ ଅବସର ପ୍ରାପ୍ତ ଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ପ୍ରମୁଖ ଯୋଗଦେଇ ଆଜିରଯୁବସମାଜନିଶାଯୁକ୍ତ ହୋଇ ନିଜର, ନିଜ ପରିବାରର ବିନାଶ କରୁଛନ୍ତି l ଏହାକୁ ରୋକିବା ପାଇଁ ଆଜିର ଦିନରେ ସମ୍ବାଦ ପକ୍ଷରୁ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ନିଶନିବାରଣ ଅଭିଯାନକୁ ସ୍ୱାଗତ କରିବା ସହ ଏଥିରେ ସମସ୍ତେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ l ସାହିତ୍ୟ ଘର ସମ୍ପାଦକ ଅଧ୍ୟାପକ ଗିରିଶ କୁମାର ଆଚାର୍ଯ୍ୟ ସ୍ୱାଗତ ଭାଷଣ, ପ୍ରଦାନ କରିବା ସହ ଲକ୍ଷ୍ୟ, ଉଦେଶ୍ୟ ଓ ନିଶାନିବାରଣ ପାଇଁ ଶପଥ ପାଠ କରାଇଥିଲେ lଏହି ଅବସରରେ ଉପସ୍ଥିତ ଶତାଧି,ଛାତ୍ର, ଯୁବକଙ୍କୁ ମାଆ ଓ ଭଉଣୀ ମାନେ ସମସ୍ତଙ୍କୁ ରାକ୍ଷୀ ବାନ୍ଧିବା ସହ ନିଶା ନଖାଇବା ପାଇଁ କହିଥିଲେ lଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଡ଼. ଜଗଦୀଶଚନ୍ଦ୍ର ପାଲ l

Leave a Reply

Your email address will not be published. Required fields are marked *