କ୍ରାନ୍ତି,ବ୍ରହ୍ମପୁର ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ “ମା’ ତୁଝେ ସାଲାମ୍ – ୨୦୨୪” ରେ ଆହ୍ୱାନ
ବ୍ରହ୍ମପୁର(କୈଳାସ ଚନ୍ଦ୍ର ଚୌଧୁରୀ):-୭୮ତମ ସ୍ଵାଧୀନତା ଦିବସ ଅବସରରେ ସ୍ଥାନୀୟ ହିଲ୍ପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ରଙ୍ଗାରଙ୍ଗ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ “ମା’ ତୁଝେ ସାଲାମ୍ – ୨୦୨୪” ରେ ଆହ୍ୱାନ ” ଆମେ ଏକତ୍ରିତ ହୋଇ କର୍କଟ ରୋଗରୁ ସ୍ଵାଧୀନତା ପାଇଁ ସଂଗ୍ରାମ ଜାରି ରଖିବୁ” । ସମସ୍ତ ଅତିଥି ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ।କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡ଼ଃ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ ଭାବେ ବ୍ରହ୍ମପୁର ପୂର୍ବତନ ବିଧାୟକ ଡ଼ା ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ,ବି ଏମ୍ ସି ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଆଇଏସ୍ରଡି ଡାଇରେକ୍ଟର ସୁଧୀର କୁମାର ସାବତ, ବ୍ରହ୍ମପୁର ଅର୍ବାନ ବ୍ୟାଙ୍କ ସଭାପତି ଆର. ମୁରଲୀ ମୋହନ,ବି ଏମ୍ ସି କର୍ପୋରେଟର ଆର. ପାୱନି, ଟି. ତିରୁପତି ପାତ୍ର ଓ ସମାଜସେବି ନିରଞ୍ଜନ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ଵାଧୀନତା ଦିବସର ମହତ୍ବ ଉପରେ ଆଲୋକ ପାତ କରିଥିଲେ।
ଆଜି ର ଏହି କାର୍ଯ୍ୟକ୍ରମରେ
ବଳରାମ ଆନାଙ୍କ ବାନ୍ଦିଦେ ରାକ୍ଷୀ ର ଆଲବମ ଭିଡିଓ ଉଦଘାଟନ କରାଯାଇ ସମସ୍ତ କଳାକାର ମାନଙ୍କୁ ସମ୍ମାନିତ କରା ଯାଇଥିଲା । ଏହି ଭିଡିଓ ଦେଖି ଉପସ୍ଥିତ ଦର୍ଶକଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା ଏତଦବ୍ୟତୀତ ଜିଲ୍ଲାର ୧୦ ଟି ସ୍କୁଲର ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗ ଦେଇ ରଙ୍ଗାରଙ୍ଗ ଉତ୍ସବରେ ଅଭିନୟ କରି ଦର୍ଶକ ମାନଙ୍କର ମନମୁଗ୍ଧ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ପ୍ରାୟ ୧୨୦୦ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଦେଇ ଉତ୍ସାହିତ କରାଯାଇଥିଲା। ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମ ରେ “କ୍ରାନ୍ତି ” ଅନୁଷ୍ଠାନ ର ସମସ୍ତ କର୍ମଚାରୀ ସହଯୋଗ କରିବା ସହ ଶେଷରେ ଅନୁଷ୍ଠାନ ପକ୍ଷରୁ ବିମଳା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।