ଓଡ଼ିଶା ରେ ଖୋଲିଲା ପ୍ରଥମ ଚାଉଳ ଏଟିଏମ୍ ।
ଭୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ଖୋଲିଲା ଦେଶର ପ୍ରଥମ ଷ୍ଟାଣ୍ଡ ଆଲୋନ୍ ଚାଉଳ ଏଟିଏମ୍ ।

ଯଦି ଏହି ଏଟିଏମ୍ ସଫଳତାର ସହ କାର୍ଯ୍ୟ କରେ ତେବେ ଆଗାମୀ ଦିନରେ ସବୁ ଜିଲ୍ଲା ଓ ବ୍ଲକରେ ଖୋଲିବ ଚାଉଳ ଏଟିଏମ୍। ଏହି ଏଟିଏମରୁ ଜଣେ ହିତାଧିକାରୀ ପାଇଁ ୨୫ କେଜି ଚାଉଳ ବାହାରିବାର ବ୍ୟବସ୍ଥା କରାଯାଇଛି । ସବୁ ଜିଲ୍ଲାର ଯେକୌଣସି ହିତାଧିକାରୀ ଏହି ଏଟିଏମରୁ ଚାଉଳ ନେଇପାରିବେ । ଫଳରେ ସାରା ଓଡ଼ିଶାରେ ଚାଉଳ ଦଲାଲି ସହଜରେ ବନ୍ଦ ହୋଇପାରିବ ବୋଲି କହିଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।