ଅବସରପ୍ରାପ୍ତ କିରାଣୀ ବାପାଙ୍କୁ ହତ୍ୟା, ଇଞ୍ଜିନିୟର ପୁଅ ଓ କିନ୍ନର ବୋହୁ ଗିରଫ
ବ୍ରହ୍ମପୁର: ବ୍ରହ୍ମପୁରର ଅଯୋଧ୍ୟାନଗର ୩ୟ ଲାଇନର ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ସେ ହେଲେ ରାଜସ୍ବ ବିଭାଗର ଅବସରପ୍ରାପ୍ତ କିରାଣୀ ଗିରବବନ୍ଧୁ ପଣ୍ଡା(୭୪)। ବଡକଥା ହେଉଛି ଗରିବବନ୍ଧୁଙ୍କୁ ତାଙ୍କ ନିଜ ଇଞ୍ଜିନିୟର ପୁଅ ସନ୍ଦୀପ ପଣ୍ଡା ଓ କିନ୍ନର ବୋହୁ ଶ୍ରୀୟା ହିଁ ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ଉଭୟ ଏହାକୁ ଦୁର୍ଘଟଣାର ରୂପ ଦେଖିବାକୁ ସମସ୍ତ ଯୋଜନା କରିଥିଲେ। ହେଲେ ସେମାନଙ୍କ ଯୋଜନା ପେଲ ହେବା ସହ ପୁଲିସ ହାତରେ ଧରାପଡିଯାଇଥିଲେ। ସେହିକ୍ରମରେ ପୁଲିସ ଆଜି ଉଭୟଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି ା ସୂଚନାପ୍ରକାରେ, ୧୬ ତାରିଖ ସକାଳୁ ଅଯୋଧ୍ୟାନଗର ୩ୟ ଲାଇନରେ ରହୁଥିବା ଗରିବବନ୍ଧୁ ପଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପୁଅ ସନ୍ଦୀପ ପଣ୍ଡା ଏମକେସିଜି ମେଡିକାଲକୁ ନେଇଥିଲେ। ହେଲେ ମେଡିକାଲରେ ପହଞ୍ଚିବା ପୂର୍ବରୁ ହିଁ ଗିରବବନ୍ଧୁ ପଣ୍ଡାଙ୍କ ମୃତ୍ୟୁ ହୋଇସାରିଥିଲା।ତେବେ ଗରିବବନ୍ଧୁଙ୍କ ଛାତି ହାଡ ଭାଙ୍ଗି ଯାଇଥିବା ବେଳେ ମୃତ୍ୟୁ ପୂର୍ବରୁ ଶରିରର ବିଭିନ୍ନ ସ୍ଥାନରେ ରକ୍ତାକ୍ତ କ୍ଷତ ଚିହ୍ନ ସୃଷ୍ଟି ହୋଇଥିଲା ଏ ନେଇ ଡାକ୍ତଙ୍କ ପକ୍ଷରୁ ପୁଲିସକୁ ଖବର ଦିଆଯିବ ପରେ ବୈଦ୍ୟନାଥପୁର ଥାନା ପକ୍ଷରୁ ଏକ ଅପମୃତ୍ୟ ମାମଲା(ନଂ-୫୩୯/୨୪) ରୁଜୁ କରାଯାଇ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଥିଲା ା ଏପଟେ ଘରେ ଚଟାଣରେ ପଡିଯିବାରୁ ଗରିବବନ୍ଧୁ ଗୁରୁତର ହୋଇଯାଇଥିଲେ ବୋଲି ତାଙ୍କ ପୁଅ ସନ୍ଦୀପ ଡାକ୍ତର ଓ ପୁଲିସକୁ କହିଥିଲେ ା ହେଲେ ସନ୍ଦୀପଙ୍କ ଶରୀରରେ ଯେଉଁ ଧରଣର କ୍ଷତ ଚିହ୍ନ ସୃଷ୍ଟି ହୋଇଥିବା ତାକୁ ଦେଖି ପୁଲିସର ସନ୍ଦେହ ଉପୁଜିଥିଲା ା ଥାନାର ଏଏସଆଇ ପ୍ରସାଦ କୁମାର ବେହେରା ଘଟଣାର ତଦନ୍ତ କରିବା ବେଳେ ଅଯୋଧ୍ୟାନଗର ୩ୟ ଲାଇନକୁ ଯାଇ ଗରିବବନ୍ଧୁଙ୍କ ସାଇପଡିଶା ଲୋକଙ୍କୁ ପଚରାଉଚରା କରିଥିଲେ ା ଏହି ସମୟରେ ପୁଲିସ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିଲା ା ମୃତ ଗରିବବନ୍ଧୁଙ୍କ ପତ୍ନୀଙ୍କ ୨ ବର୍ଷ ତଳେ ମୃତ୍ୟୁ ହୋଇଯାଇଛି ା ସେହିପରି ତାଙ୍କ ଝିଅ ଆମେରିକାରେ ରହୁଛି ା ପୁଅ ସନ୍ଦୀପ ପୂର୍ବରୁ ମୁମ୍ବାଇରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ହେଲେ ସେ ସବୁବେଳେ ମଦ୍ୟପାନ କରୁଥିବାରୁ ଅନକ ଦିନ ହେବ ତାଙ୍କ ପତ୍ନୀ ଓ ଝିଅ ତାଙ୍କୁ ଛାଡି ବାପ ଘରକୁ ଚାଲି ଯାଇଛନ୍ତି। ଅଯୋଧ୍ୟାନଗର ୩ୟ ଲାଇନ ସ୍ଥିତ ଘରେ ଗରିବବନ୍ଧୁ ଓ ତାଙ୍କ ପୁଅ ସନ୍ଦୀପ ହିଁ ରହୁଥିଲେ। ହେଲେ ସନ୍ଦୀପ ମୁମ୍ବାଇରେ ରହୁଥିବା ବେଳେ ମହାରାଷ୍ଟ୍ର ଥାନେ ଜିଲାର କାଲସ୍ବା ଥାନା ଅନ୍ତର୍ଗତ ଶୀବାଜୀନଗରର କିନ୍ନର ଶ୍ରୀୟା ଓରଫ ପ୍ରବୀଣ କୁମାର ଶର୍ମାଙ୍କ ସହ ତାଙ୍କର ସମ୍ପର୍କ ଗଢି ଉଠିଥିଲା। ପତ୍ନୀ ଛାଡି ଚାଲିଯାଇଥିବାରୁ ସନ୍ଦୀପ କିନ୍ନର ଶ୍ରୀୟାଙ୍କୁ ପତ୍ନୀ ଭାବେ ଗ୍ରହଣ କରି ଆଜକୁ ୩ ମାସ ହେବ ନିଜ ଘରେ ଆଣି ରଖିଥିଲେ। ସନ୍ଦୀପ ଓ ଶ୍ରୀୟା ଏଠାରେ ସ୍ବାମୀ-ସ୍ତ୍ରୀ ଭାବେ ରହୁଥିଲେ। ଉଭୟ ମୃତ ଗରିବବନ୍ଧୁଙ୍କୁ ଅନେକ ସମୟରେ ଗାଳିଗୁଲଜ କରିବା ସହ ମାଡ ମଧ୍ୟ ମାରିଥିଲେ। ୧୫ ତାରିଖ ରାତିରେ ଉଭୟ ମଦ୍ୟପାନ କରିବା ପରେ ଗରିବବନ୍ଧୁଙ୍କ ସହ ଝଗଡା କରିଥିଲେ। ଉଭୟ ଉତ୍ୟକ୍ତ ହୋଇ ଗରିବନ୍ଧୁଙ୍କ ଉପରକୁ ଟେବୁଲ ଫ୍ୟାନ ଓ ଷ୍ଟିଲ ଆଲମିରା ପକାଇ ଦେଇଥିଲେ। ଏଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେହି ଘରର ବିଭିନ୍ନ ସ୍ଥାନରେ ରକ୍ତର ଛିଟା ପଡିଥିଲା। ହେଲେ ଉଭୟ ଏହାକୁ ଏକ ଦୁର୍ଘଟଣା ରୂପ ଦେବାକୁ ରକ୍ତ ଛିଟା ପୋଛାପୋଛି କରିଥିଲେ। ସକାଳୁ ଉଭୟ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଏମକେସିଜିକୁ ନେଇଥିଲେ। ଏପଟେ ପାରିପାର୍ଶିକ ପରିସ୍ଥିତିରୁ ସନ୍ଦେହ କରି ପୁଲିସ ସାଇଣ୍ଟିଫିକ ଟମ ସହ ଅଯୋଧ୍ୟାନଗର ଘରେ ପହଞ୍ଚି ତଦନ୍ତ କରିଥିଲା। ସେଥୀରୁ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ପୁଲିସ ପକ୍ଷରୁ ରୁଜୁ ହୋଇଥିବା ଅପମୃତ୍ୟୁ ମାମଲାଟି ହତ୍ୟା ମାମଲା(ନଂ-୩୮୨/୨୪)ରେ ପରିଣତ ହୋଇଥିଲା।