ଅଗଷ୍ଟ ୨୨ ତାରିଖରେ ଇଡି ଅଫିସ ଘେରାଉ କରିବ କଂଗ୍ରେସ ଉକ୍ତ ଘେରାଉ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
Spread the love


ଭୁବନେଶ୍ଵର:- ଅତ୍କଳ ଭାରତ କଂଗ୍ରେସ କମିଟି ଆହ୍ଵାନକ୍ରମେ ଦେଶବ୍ୟାପି ଇଡି ଅଫିସ (ପ୍ରବର୍ତନ ନିର୍ଦ୍ଦେଶାଳୟ) ସମ୍ମୁଖରେ ଆସନ୍ତା ତା. ୨୨.୮.୨୦୨୪ ରିଖ ଗୁରୁବାର ବିକ୍ଷୋଭ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଅଗଷ୍ଟ ୨୨ ତାରିଖ ଦିନ ଭୁବନେଶ୍ୱର ନୟାପଲ୍ଲି ସ୍ଥିତ ଇଡି ଅଫିସ (ପ୍ରବର୍ତନ ନିର୍ଦ୍ଦେଶାଳୟ) ସମ୍ମୁଖରେ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଆଜି ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ଏହି କାର୍ଯ୍ୟକ୍ରମର ସଂଯୋଜକ ଭାବେ ନିଯୁକ୍ତି ପାଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଇଂ ମହମ୍ମଦ ମୋକିମଙ୍କ ଅଧ୍ଯକ୍ଷତାରେ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଓ ପିସିସିର ସମସ୍ତ ଛାମୁଆ ସଂଗଠନ ଏବଂ ଅନ୍ୟାନ ସାମ୍ମୁଖ୍ୟ ପୂର୍ବତନ କର୍ମକର୍ତା ମାନଙ୍କର ପୃଥକ ପୃଥକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରୀ ମୋକିମ କହିଥିଲେ ଯେ ଦେଶରେ ଗଣତନ୍ତ୍ର ଓ ସମ୍ବିଧାନକୁ ବଂଚାଇବାପାଇଁ ଆମର ନେତା ରାହୁଲ ଗାନ୍ଧୀ ଯେଉଁପରି ଭାବେ ଲଢ଼େଇ ଜାରି ରଖୁଛନ୍ତି ସେହି ଲଢ଼େଇକୁ ତ୍ବରାନ୍ବିତ କରିବାପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ନେତୃବୃନ୍ଦ, କର୍ମକର୍ତା ଓ କର୍ମୀମାନେ ବିପୁଳ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗଦେଲେ ଏହି ଲଢ଼େଇ ସଫଳ ହୋଇପାରିବ । ଏଥିପାଇଁ ସମସ୍ତ ବରିଷ୍ଠ ନେତା, ଜିଲ୍ଲା ସଭାପତି ଓ ଅନ୍ୟାନ୍ୟ ସମସ୍ତ ଛାମୁଆ ସଂଗଠନର ସଦସ୍ୟ ମାନଙ୍କ ସହ ଆଲୋଚନା କରି ସେମାନଙ୍କର ମତାମତ ନେଇ ସଫଳ କରିବାକୁ ଶ୍ରୀ ମୋକିମ ଆହ୍ବାନ ଦେଇଥିଲେ । ଏଥିପାଇଁ ପିସିସି ଷ୍ଟିୟରିଂ କମିଟିର ସଦସ୍ୟ ବୃନ୍ଦ/ ସମସ୍ତ ପୂର୍ବତନ ପିସିସି ସଭାପତି ଓ କର୍ମକର୍ତା | ବିଧାୟକ ଦଳ ନେତା ଓ ପୂର୍ବତନ ବିଧାୟକ ଦଳ ନେତା / ସାଂସଦ ଓ ବିଧାୟକ/ ପୂର୍ବତନ ସାଂସଦ ଓ ପୂର୍ବତନ ବିଧାୟକ/ ଜିଲ୍ଲା କଂଗ୍ରେସ ସଭାପତି / ରାଜ୍ୟ ସାମ୍ମୁଖ୍ୟ, ବିଭାଗ ଓ ପ୍ରକୋଷ୍ଠର ପୂର୍ବତନ କର୍ମକର୍ତା | ରାଜ୍ୟ ଛାତ୍ର କଂଗ୍ରେସ ସଭାପତି/ ବ୍ଲକ ଓ ନଗର କଂଗ୍ରେସ ପୂର୍ବତନ ସଭାପତି/ ଗତ ଲୋକସଭା ଓ ବିଧାନସଭା ନିର୍ବାଚନର ପ୍ରାର୍ଥୀମାନଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି । କୌଣସି କାରଣବଶତଃ କେହି ଯଦି ଉକ୍ତ ପତ୍ର ପାଇ ନଥାନ୍ତି ତେବେ ଏହାକୁ ନିମନ୍ତ୍ରଣ ମନେକରି ୨୨ ତାରିଖ ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେବାକୁ ଶ୍ରୀ ମୋକିମ ଅନୁରୋଧ କରିଥିଲେ ।

ଉଦ‌ବୋଧନ ଦେଇ ଷ୍ଟିଅରିଂ କମିଟିର ଅନ୍ୟତମ ସଦସ୍ୟ ଶ୍ରୀ ଜୟଦେବ ଜେନା, ବିଧାୟକ ଦଳର ଉପନେତା ଅଶୋକ ଦାସ, ଶ୍ରୀ ଅନନ୍ତ ପ୍ରସାଦ ସେଠୀ, ଡ. ବିଶ୍ୱରଞ୍ଜନ ମହାନ୍ତି, ଉପସ୍ଥିତ ଥିବା ସମସ୍ତ ଜିଲ୍ଲା ସଭାପତି ଓ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ମାନେ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ ।

କଂଗ୍ରେସ ନେତା ଶ୍ରୀ ଶିବାନନ୍ଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଉଭୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ସର୍ବଶ୍ରୀ ସଂଜୀବ ଗିରି, ହରଦିପ ସିଂ, ବିଶ୍ୱଜିତ ଦାଶ, ରବିନ୍ଦ୍ର କୁମାର ମଲ୍ଲିକ, ସୁରେଶ ମହାପାତ୍ର, ସେମ ହେମ୍ବ୍ରମ, ନଟବର ବାରିକ, ମନୋଜ ରାଉତ, ରାଜୀବ ପଟ୍ଟନାୟକ, ନିରୋଜ ଲୋଚନ ଦାଶ, ଭୁବନ ବିହାରୀ ସାହୁ, ରଣଜିତ ଦାଶ, ଜୟନାରାୟଣ ପଟ୍ଟନାୟକ, ରବି ରାୟ, ଜୟଶଙ୍କର ମିଶ୍ର, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ, କଂଗ୍ରେସ ନେତା ବିଶ୍ଵଜିତ ଦାଶ, ନିକୁଞ୍ଜ ପଶାୟତ, ସତ୍ୟାନନ୍ଦ ରାଉତ, ଜିଲ୍ଲା ଉପସଭାପତି ସନନ୍ତ କୁମାର ପ୍ରଧାନ, ଜିଲ୍ଲା ସାଧାରଣ ସଂପାଦକ ପ୍ରଶାନ୍ତ ବିଶୋଇ, ପୂର୍ବତନ ପିସିସି ସେବାଦଳ ମୁଖ୍ୟ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ପୂର୍ବତନ ପିସିସି ସଂଖ୍ୟାଲଘୁ ବିଭାଗର ଅଧ୍ଯକ୍ଷ ଜିଆଉଲ ହକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *