ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବି

0
Spread the love
  1. ବ୍ରହ୍ମପୁର:-ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ଉପ-ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀରଙ୍କ ନିର୍ଦ୍ଦେଶକ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଏକ ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର ତା ୦୭ ଅଗଷ୍ଟ ୨୦୨୪ ରିଖରେ ଅନୁଷ୍ଠିତ ହୋଇଯାଇଛି I ସ୍ଥାନୀୟ ରାଜସ୍ଵ ଡାକବଙ୍ଗଳା ସମ୍ମିଳନୀ କକ୍ଷରେ ଆୟୋଜିତ ସାକ୍ଷରତା ଶିବିରରେ ବ୍ରହ୍ମପୁର ଡିଭିଜନର ସିନିୟର୍ ସୁପେରିଟେଣ୍ଡ ଅଫ୍ ପୋଷ୍ଟ, ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା, ସିନିୟର୍ ବ୍ରାଞ୍ଚ ମ୍ୟାନେଜର୍ ଅଫ୍ ଇଣ୍ଡିଆନ୍ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ଶ୍ରୀଯୁକ୍ତ ସମ୍ପତ ଭେଙ୍କଟ ରମଣ୍, ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗର ପୂର୍ବତନ ଡେପୁଟି ଡାଇରେକ୍ଟର୍ ଶ୍ରୀଯୁକ୍ତ ଧ୍ରୁବ କୁମାର ନାୟକ , ପୋଷ୍ଟାଲ୍ ଲାଇଫ୍ ଇନସୁରାନ୍ସ ଡେଭେଲପମେଣ୍ଟ ଅଫିସର ଶ୍ରୀ ରୁଦ୍ର ଶଙ୍କର ସାହୁ , ଇଞ୍ଜିନିୟର ସ୍କୁଲ ପୋଷ୍ଟ ଅଫିସର ସବ ପୋଷ୍ଟ ମାଷ୍ଟର ଶ୍ରୀମତୀ ପ୍ରତିଭା ପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ I ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା , ସୁରକ୍ଷିତ ସଞ୍ଚୟ , ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ବିଭିନ୍ନ ବୀମା , ଓଡିଶା ସରକାରଙ୍କ ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ଉଠାଣ ସମ୍ବନ୍ଧରେ ଆଲୋଚନା କରଯାଇଥିଲା I କାର୍ଯ୍ୟକ୍ରମକୁ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ , ଶ୍ରୀଯୁକ୍ତ ସ୍ଵାଭିମାନ ସାହୁ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ , ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନେ ଯୋଗ ଦେଇଥିଲେ I

Leave a Reply

Your email address will not be published. Required fields are marked *