କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ।

0
Spread the love


ବ୍ରହ୍ମପୁର(କୈଳାଶ ଚନ୍ଦ୍ର ଚୌଧୁରୀ):-ବ୍ରହ୍ମପୁର ସମ୍ବାଦ କାର୍ଯ୍ୟାଳୟ ଠାରେ ସମ୍ବାଦ ଆମ ଓଡ଼ିଶା ଓ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ ହୋଇଛି।ଆୟୋଜିତ ଶିବିରରେ ସମ୍ବାଦ ବ୍ରହ୍ମପୁର ଶାଖା ପରିଚାଳକ ସୁଶୀଲ ପ୍ରଧାନ, ସମ୍ବାଦ ବ୍ରହ୍ମପୁର ବ୍ୟୁର ମୁଖ୍ୟ ପ୍ରମୋଦ କୁମାର ପଟ୍ଟନାୟକ ଓ କାହ୍ନା ଚାରିଟେବୁଲ ଟ୍ରଷ୍ଟ ର ସଭାନେତ୍ରୀ ରଞ୍ଜନା ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ମୋଟ ୩୮ ଜଣ ରକ୍ତଦାତା ରକ୍ତ ଦାନ କରିଥିଲେ। ଆଜିର ଏହି ଶିବିରରେ ଆମ ଓଡ଼ିଶା ବ୍ରହ୍ମପୁର ମୁଖ୍ୟ ବସନ୍ତ ପଣ୍ଡା, ବ୍ରହ୍ମପୁର ଜୁମ୍ବା ଫିଟନେସ ସଂସ୍ଥା ର ମୁଖ୍ୟ କ୍ରିଷ୍ଣା ମୋହନ ଙ୍କ ସମେତ ବହୁ ଉତ୍ସାହି ରକ୍ତଦାତା ରକ୍ତ ଦାନ ଜୀବନ ଦାନ ବୋଲି ସଚେତନତା ସୃଷ୍ଟି କରିବା ସହ ନିଜେ ରକ୍ତଦାନ କରି ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *