ଏମକେସିଜି ରେ ଡାକ୍ତର ମାନଙ୍କ ଆନ୍ଦୋଳନ କୁ ସମର୍ଥନ ଜଣାଇଲା ଓଡିଶା ମେଡିକାଲ ଆଉଟସୋର୍ସିଙ୍ଗ କର୍ମଚାରୀ ସଙ୍ଘ
ବ୍ରହ୍ମପୁର:-ସର୍ବଭାରତୀୟ ଡାକ୍ତର ମାନଙ୍କ ଆନ୍ଦୋଳନ ର ଦ୍ଵିତୀୟଦିନ ରେ ଓପିଡି ସେବା ବନ୍ଦ ପରିପ୍ରେକ୍ଷୀ ରେ ଆଜି ଏମକେସିଜି ମେଡିକାଲ କଲେଜ ରେ ଚାଲିଥିବା ଆନ୍ଦୋଳନ କୁ ବିଭିନ୍ନ କର୍ମଚାରୀ ସଂଗଠନ ପକ୍ଷରୁ ସମର୍ଥନ ଦିଆଯାଇଛି I ଏହି କ୍ରମ ରେ ରୋଗୀ ସେବା ଅବ୍ୟାହତ ରଖି ଓଡିଶା ମେଡିକାଲ ଆଉଟସୋର୍ସିଙ୍ଗ କର୍ମଚାରୀ ସଙ୍ଘ ର ସ୍ଥାନୀୟ ୟୁନିଟ ସମର୍ଥନ ଦେବା ସହ ଧାରଣା ରେ ସାମିଲ ହେବା ସହିତ ଉକ୍ତ ଘଟଣା ରେ ସଠିକ ସମୟ ରେ ନ୍ୟାୟିକ ତଦନ୍ତ ଦାବୀ କରିଛନ୍ତି I
ଏହି ଘଟଣା କୁ ନେଇ ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ସିବିଆଇ ତଦନ୍ତ ର କେବଳ ଗୋଟିଏ ସୀମା ରହିଛି I ଗୋଟିଏ ପଟେ ରାଜ୍ୟ ସରକାରଙ୍କ କବଳରୁ ତଦନ୍ତ ଚାଲିଥିବା ବେଳେ ଅନ୍ୟ ପଟେ ଅପରାଧ ଘଟିଥିବା ସ୍ଥାନ ରେ ସୁ ନିୟୋଜିତ ଭାବେ ନଷ୍ଟ କରି ଉକ୍ତ ଘଟଣାସ୍ଥଳୀ କୁ ‘ନବୀକରଣ’ କରିବା ଆରମ୍ଭ ହୋଇଯାଇଛି । ଦେଖିବାକୁ ଗଲେ ପ୍ରମାଣର ଏକ ଅଂଶ ନିଶ୍ଚିତ ଭାବରେ ନଷ୍ଟ ହୋଇଯାଇଛି ଏବଂ ଏଥିପାଇଁ ରାଜ୍ୟ ସରକାର ନିଶ୍ଚିତ ଭାବେ ଉତ୍ତରଦାୟୀ ରହିବେ I ଶାନ୍ତିପୂର୍ଣ ଭାବେ ଚାଲିଥିବା ଡାକ୍ତର ମାନଙ୍କ ଆନ୍ଦୋଳନ କୁ ଭଣ୍ଡୁର ପାଇଁ ଉଦ୍ୟମ ସହ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ମାନଙ୍କ ଉପରେ ଆକ୍ରମଣ କରି ଘଟଣା କୁ ନେଇ ସାଧାରଣ ରେ ପ୍ରଶ୍ନ ଉଠୁଛି ଯେ ରାଜ୍ୟ ସରକାର ଓ ପୋଲିସ ଏଭଳି ଆକ୍ରମଣ ର ସୁରାକ କେମିତି ପାଇ ପାରଲେ ନାହିଁ?
ସଂଗ୍ରାମ ରେ ଥିବା, ଡାକ୍ତର ମାନେ ସେମାନଙ୍କ ମୃତ ସହକର୍ମୀ ଙ୍କ ନାମ ଅଭୟ ରଖିଛନ୍ତି I ସେମାନଙ୍କୁ ନିଶ୍ଚିତ ରୂପେ ନ୍ୟାୟ ମିଳିବ ଓ ସମସ୍ତ ତଥ୍ୟ ଉନ୍ମୁକ୍ତ ହେବା ସହ ପ୍ରକୃତ ଦୋଷୀ ନିଶ୍ଚୟ ପଦାକୁ ଆସିବା ଦରକାର I ଓ ଶାସକ ଗୋଷ୍ଠୀ ମାନେ ଦେଶର ପ୍ରତ୍ୟେକ କର୍ମ ସଂସ୍ଥାନ ମାନଙ୍କରେ ମହିଳା କର୍ମଚାରୀ ଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ଆଣିବା ସହ ରାତ୍ରିକାଳୀନ ଡ୍ୟୁଟି କରୁଥିବା ମହିଳା ମାନଙ୍କ ପାଇଁ ଅଧିକ ମହିଳା ସୁରକ୍ଷା କର୍ମଚାରୀ ଯୋଗାଇଦେବା ନିହାତି ଆବଶ୍ୟକ ରହିଛି I
କେନ୍ଦ୍ର ଓ ପଶ୍ଚିମବଙ୍ଗ ଏଜେନ୍ସି ମଧ୍ୟରେ ଚାଲିଥିବା ବିବାଦ ର ବାସ୍ତବତା ରୁ ଦେଖିଲେ ପ୍ରକୃତ ସତ୍ୟ ଉନ୍ମୋଚନ ହେବ କି ନାହିଁ ଜାଣିବା ମଧ୍ୟ ମୁସ୍କିଲ I ଯେହେତୁ ନ୍ୟାୟ ଖୋଜୁଥିବା ଡାକ୍ତର ମାନଙ୍କ ଉପରେ ହୋଇଥିବା ଆକ୍ରମଣ ଦର୍ଶାଉଛି, ସର୍ବୋଚ୍ଚ ନ୍ୟାୟାଳୟର ଜଣେ ସିଟିଂ ଜଜ ଙ୍କ ଦ୍ୱାରା ହିଁ କେବଳ ଏକ ସମୟୋଚିତ ନ୍ୟାୟିକ ତଦନ୍ତ ହୋଇପାରିବ ବୋଲି ସଙ୍ଘ ଦାବୀ ରଖୁଛି I ଏଥିସହିତ ଏକ ସ୍ୱତନ୍ତ୍ର ଆଇନ ଆଣି ଘଟଣା ର ତ୍ୱରିତ ବିଚାରଣା କରିବାକୁ ସଙ୍ଘ ଦାବୀ କରିଛି I ତେଣୁ ସଙ୍ଘ ତରଫରୁ ଆଗାମୀ ଦିନ ରେ ଦରକାର ପଡିଲେ ପୁରା କାର୍ଯ୍ୟାବନ୍ଦ କରି ଡାକ୍ତର ମାନଙ୍କୁ ସମର୍ଥନ ଦେବେ ବୋଲି ସଙ୍ଘ ର ରାଜ୍ୟ ଆବାହକ ପ୍ରତାପ ପ୍ରଧାନ ସୂଚନା ଦେଇଛନ୍ତି I
ଉକ୍ତ କାର୍ଯ୍ୟକ୍ରମ ରେ ସଙ୍ଘ ର ସଭାପତି ସି.ଏଚ. ସୁନୀଲ ପାତ୍ର, ସମ୍ପାଦକ ଏନ. ନିରଞ୍ଜନ ଦାସ, ଅଭିରାମ ବେହେରା, ଶ୍ରୀକାନ୍ତ ସେଠି, କାଁହୁଚରଣ ନାୟକ,ରାଧିକା ବିଷୋୟୀ, ବିନାୟକ ପତି, ଅବନୀ ପଣ୍ଡା, ଚିତ୍ତ ରଞ୍ଜନ ସାହୁ, ଶ୍ରୀନିବାସ ପାତ୍ର, ସମୀର ବ୍ରହ୍ମା, ଟିମ୍ପୂନା ସାହୁ, ଚତୃରଭୁଜ ନାୟକ, ମୁରଲୀ ରାଜୁ, ରାଜ ଲକ୍ଷ୍ମୀ ସାହୁ, ଜେ. ଶ୍ରୀନୁ ଓ ସମସ୍ତ ଆଉଟସୋର୍ସିଙ୍ଗ କର୍ମଚାରୀ ଉପସ୍ଥିତ ଥିଲେ I