ବଳାତ୍କାର ବିରୋଧ ରେ ରୋଲାଣ୍ଡ ଫାର୍ମାସି କଲେଜ ତରଫରୁ ଶୋଭାଯାତ୍ରା
ବ୍ରହ୍ମପୁର:-ପଶ୍ଚିମବଙ୍ଗ ରୋ ଡାକ୍ତରୀ ଛାତ୍ରୀ ସହ ଦୁଷ୍କର୍ମ ଓ ହତ୍ୟା କୁ ନେଇ ସାରା ଦେଶ ରେ ଡାକ୍ତର ମାନଙ୍କ ଧର୍ମଘଟ ଚାଲିଛି . ଏହି ଜଘନ୍ୟ ପରିସ୍ଥିତି କୁ ଦେଖି ଆଜି ରୋଲାଣ୍ଡ ଫାର୍ମାସି କଲେଜ ବ୍ରହ୍ମପୁର ର ଛାତ୍ର ଛାତ୍ରୀ ମାନେ ମହାମବତୀ ଶୋଭାଯାତ୍ରା କରିବା ସହ , ଦୋଷୀ କୁ ତୁରନ୍ତ ଫାସି ର ସଜା ଶୁଣିବାକୁ ଆନ୍ଦୋଳନ କରିଥିଲେ . ରୋଲାଣ୍ଡ କଲେଜ ରୁ ଶୋଭାଯାତ୍ରା ବାହାରି ଖଡାସିଙ୍ଗି ଲିସ ଅଫିସ ପର୍ଯ୍ୟନ୍ତ ଯାଇଥିଲା , ଏହି ଶୋଭାଯାତ୍ରା ରେ ୩୦୦ ରୁ ଅଧିକ ଛାତ୍ର ଛାତ୍ରୀ ଙ୍କ ସହ ସମସ୍ତ ଶିକ୍ଷକ ମାନେ ଯୋଗ ଦେଇଥିଲେ , ଦେଶବ୍ୟାପୀ ବଳାତ୍କାର ବିରୋଧ ରେ ସ୍ୱର ଉତ୍ତଳୋନ କରିବା ଏହି ଆନ୍ଦୋଳନ ର ମୁଖ୍ୟ ଲକ୍ଷ୍ୟ ବୋଲି ଛାତ୍ର ଛାତ୍ରୀ ଙ୍କ ମତ ଥିଲା , ଛାତ୍ର ଛାତ୍ରୀ ମାନେ ଡା . ମୋୖମିତ ପାଇଁ ଶୋକ ପ୍ରକାଶ କରିଥିଲେ