ନିଷ୍ଟ ବିଶ୍ୱବିଦ୍ୟାଳୟରେ ତରଫରୁ ମହିଳା ଡାକ୍ତରଙ୍କୁ ହତ୍ୟା ମାମଲାରେ ତୀବ୍ର ପ୍ରତିବାଦ

0
Spread the love


ବ୍ରହ୍ମପୁର:-କୋଲକାତା ର ମହିଳା ଡାକ୍ତର ଙ୍କୁ ବଲକତାର ଏବଂ ହତ୍ୟା ମାମଲା ରେ ଆଜି ନିଷ୍ଟ ବିଶ୍ୱବିଦ୍ୟାଳୟ ପରିସରରେ ରେ ତୀବ୍ର ପ୍ରତିବାଦ ଦେଖାଦେଇଛି। ସମାଜ ପାଇଁ ଏହିପରି ଘଟଣା ନିନ୍ଦନୀୟ । ନିଷ୍ଟ ବିଶ୍ୱବିଦ୍ୟାଳୟ ର ଏନଏସଏସ କ୍ଳବ ଏବଂ ଆଡ଼ କ୍ଳବ ତରଫରୁ ଛାତ୍ର ଛାତ୍ରୀ ମାନେ କବିତା, ଅଭିନୟ ନାଟକ କରି ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସାକ କୋଅର୍ଡିନେଟର ପ୍ର. ସରୋଜ ପାଢ଼ୀ ଙ୍କ ତତ୍ୱାବଧାନ ରେ ଆୟୋଜିତ କରାଯାଇଥିଲା। ଏହି ଅବସରରେ ଭାରପ୍ରାପ୍ତ କୁଳପତି ଡ଼. ପି. ରାଜେଶ କୁମାର, ପ୍ରଶାସନ ମୁଖ୍ୟ ଇଂ ସୟଦ ସୁଲେମାନ ଅଲି, ଭାରପ୍ରାପ୍ତ କୁଳସଚିବ ଡଃ ବିଷ୍ଣୁକର ନାୟକ, ହଷ୍ଟେଲ ସୁପେରିଟେଣ୍ଡଣ୍ଟ ଡ଼. ସସ୍ମିତା ପାଢ଼ୀ ଛାତ୍ର ଛାତ୍ରୀ ଙ୍କୁ ଉପଦେଶ ଦେଇଥିଲେ । ଏହାପରେ ମୃତ ଆତ୍ମାର ସଦଗତି ପାଇଁ ମହମବତୀ ଧରି ଛାତ୍ରଛାତ୍ରୀ ମାନେ ବିଶ୍ୱବିଦ୍ୟାଳୟ ପରିସରରେ ଶୋଭାଯାତ୍ରା କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଡ଼. ପ୍ରୀତି ରଞ୍ଜନ ସାହୁ,ଏମଡି. ରିଆଜୁଦିନ, କ୍ଷୀରାବ୍ଦି ତନୟା ନାୟକ, ଏବଂ ପିତାମ୍ବର ସାହୁ ସହାୟତା କରିଥିଲେ I

Leave a Reply

Your email address will not be published. Required fields are marked *