ଗଞ୍ଜାମ ଏନ୍ଏସି ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୭୮ତମ ସ୍ଵାଧୀନତା ଦିବସ ପାଳିତ।

0
Spread the love


ଗଞ୍ଜାମ(ବିନୋଦ ଚନ୍ଦ୍ର ପଲାଇ):-ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଏବଂ କାର୍ଯ୍ୟାଳୟରେ ୭୮ତମ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି । ଏଥିମଧ୍ୟରୁ ଗଞ୍ଜାମ ସହର ଅନ୍ତର୍ଗତ *ଶ୍ରୀ ଗଣେଶ କୋଚିଂ ସେଣ୍ଟର୍* ରେ ଶ୍ରୀ ବିନୋଦ ଚନ୍ଦ୍ର ପଲେଇ ଙ୍କ ସଭାପତିତ୍ବ ରେ ଶିଶୁ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଗୁରୁଜୀ ଶ୍ରୀ ପ୍ରଭାତ କୁମାର ମହାରଣା ଏବଂ ନାଗରାଜ ରେଡ୍ଡୀ ପ୍ରତିଯୋଗିତାରେ ବିଚାରପତି ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତୁଲାଇଥିଲେ। ପ୍ରତିଯୋଗିତାରେ ଦଶମ ଶ୍ରେଣୀ ଛାତ୍ରୀ ତ୍ରିତିଷ୍କା ଦାଶ (ବକ୍ତୃତା) ,ଅଷ୍ଟମ ଶ୍ରେଣୀ ଛାତ୍ରୀ ଶ୍ରୀୟା ସେଠୀ(ବକ୍ତୃତା),ସପ୍ତମ ଶ୍ରେଣୀ ଛାତ୍ର ପି ଶ୍ରୀନିବାସ ରାଓ(ପ୍ରବନ୍ଧ ଲିଖନ) ଏବଂ ଚତୁର୍ଥ ଶ୍ରେଣୀ ଛାତ୍ରୀ ସ୍ଥିତିପ୍ରଜ୍ଞା ମହାରଣା(ଚିତ୍ରାଙ୍କନ) ପ୍ରଥମ ସ୍ଥାନ ଅଧିକାର କରିଥିଲାବେଳେ ୨ୟ ଏବଂ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *