ଗଞ୍ଜାମ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ୭୮ ତମ ସ୍ଵାଧୀନତା ଦିବସ ପାଳିତ।

0
Spread the love


ଗଞ୍ଜାମ(ବିନୋଦ ଚନ୍ଦ୍ର ପଲାଇ):-ଆଜି ଗଞ୍ଜାମ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଦେଶର ୭୮ ତମ ସ୍ଵାଧୀନତା ଦିବସ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଅଛି।ଶିଶୁ ମାନେ ନଗର ପରିକ୍ରମା କରିବା ପରେ ଅତିଥି ଅବସର ପ୍ରାପ୍ତ ବାୟୁ ସେନା ଅଧିକାରୀ ମାନନୀୟ ପ୍ରଭାତ କୁମାର ବ୍ରହ୍ମା ଙ୍କ ଦ୍ଵାରା ବିଦ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଅନୁଷ୍ଠାନ ର ସଭାପତି ଶ୍ରୀ ବିନୋଦ କୁମାର ମହାପାତ୍ର,ସମ୍ପାଦକ ଶ୍ରୀ ଗିରିଶ କୁମାର ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ଶ୍ରୀ ବିଶ୍ଵନାଥ ସାମନ୍ତରା ଉପସ୍ଥିତ ରହି ଶିଶୁଙ୍କୁ ଉତ୍ସାହିତ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଆଦିତ୍ୟ ପ୍ରସାଦ ମହାପାତ୍ର ସ୍ଵାଗତ ଭାଷଣ ଦେବା ସହ ଅତିଥି ପରିଚୟ କରିଥିବାବେଳେ ଆଚାର୍ଯ୍ୟା ରୁନୁ କୁମାରୀ ପଣ୍ଡା ଧନ୍ୟବାଦ୍ ଦେଇଥିଲେ। ଇତ୍ୟବସରରେ ଶିଶୁ ମାନଙ୍କ ଭାଷଣ ଓ ପ୍ରତିଭା ପ୍ରଦର୍ଶନ ଆକର୍ଷଣୀୟ ହୋଇପାରିଛି। ବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ଙ୍କ ଅକୁଣ୍ଠ ସହଯୋଗ କ୍ରମେ ଏହି ଉତ୍ସବ ସମାହିତ ହୋଇ ପାରିଛି।ସମସ୍ତେ ଦେଶର ସୁରକ୍ଷା ଓ ଗୌରବ ରକ୍ଷା ପାଇଁ ସଂକଳ୍ପବଦ୍ଧ ର ବାର୍ତ୍ତା ବାଣ୍ଟିଛନ୍ତି।

Leave a Reply

Your email address will not be published. Required fields are marked *