ବିଦ୍ୟା ପବ୍ଲିକ ସ୍କୁଲ ରେ ୭୮ତମ ସ୍ଵାଧୀନତା ଦିବସ ପାଳିତ।
ଗଞ୍ଜାମ(ବିନୋଦ ଚନ୍ଦ୍ର ପଲାଇ):-ଗଞ୍ଜାମ ସହର ସ୍ତିତ ବିଦ୍ୟା ପବ୍ଲିକ ସ୍କୁଲ ରେ ୭୮ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ରେ ଅଧକ୍ଷା ଜ୍ୟୋତ୍ସ୍ନା ରାଣୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଜୟ କୁମାର ବେହେରା (ଏ. ବି. ଇ.ଓ) ଏହି ପବିତ୍ର ଉଛବରେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ତଦ୍ ସହ ମହେଶ କୁମାର ବେହେରା ,ସୁଶାନ୍ତ ତରାଇ (ସାନ ରାମଚନ୍ଦ୍ରପୁର କ୍ଲଷ୍ଟର),ସିମାଞ୍ଚଳ ପାଢ଼ୀ (ପାଲଙ୍ଗ କ୍ଲଷ୍ଟର୍) ଉଛାବରେ ଯୋଗ ଦେଇ ସ୍ବାଧୀନତାର ମହତ୍ତ୍ଵ ଶିଶୁଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ଶିକ୍ଷକ ବିନୋଦ ଚନ୍ଦ୍ର ପଲେଇ, R ସୁଜତା ରେଡି,ରଶ୍ମିତା ସ୍ୱାଇଁ ,ରଶ୍ମିତା ସାହୁ,ଅର୍ପିତା ପ୍ରଧାନ,ସଞ୍ଜନା ଆଚାର୍ଯ୍ୟ,ମିତା ଜେନା,ପ୍ରଣତି ଦାସ ,ସରିତା ଯାଦବ ଆଦି ସ୍ଵାଧୀନତା ଦିବସର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ବିଦ୍ୟାଳୟରେ ବକୃତା ପ୍ରତିଯୋଗୀତା କରି ଶିଶୁଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
ସ୍ଵାଧୀନତା ଦିବସ ଅବସରରେ ବିଦ୍ୟାଳୟର ଶିଶୁମାନେ ଛତ୍ରପୁର ନିକଟସ୍ଥ ସାଂସ୍କୃତିକ ଭବନ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ସୁନ୍ଦର ନୃତ୍ୟ ପରିବେଷଣ କରି ତୃତୀୟ ସ୍ଥାନ ଅଧିକାର କରିବା ସହ ବିଦ୍ୟାଳୟର ଗୌରବ ବଢ଼ାଇଥିଲେ ।