ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ୭୮ତମ ସ୍ବାଧିନତା ଦାବସ ପାଳିତ
ବ୍ରହ୍ମପୁର(କପିଳ ପାଢ଼ୀ):-ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଉପଖଣ୍ଡସ୍ତରୀୟ ୭୮ତମ ସ୍ବାଧିନତା ଦାବସ ପାଳିତ ହୋଇଯାଇଛି ।ଏହି ଅବସରେ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଉପଖଣ୍ଡସ୍ତରୀୟ ୭୮ତମ ସ୍ବାଧିନତା ଦାବସ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଦେଶ ମାତୃକାର ସେବା କରି ନିଜ ଜୀବନକୁ ବଳିଦାନ କରିଥିବା ସ୍ବାଧିନତା ସଂଗ୍ରାମୀ ମାନଙ୍କୁ ମନେ ପକାଇଥିଲେ ସମସ୍ତେ । ଆଜିର ଯୁବପିଢି ମାନେ ସ୍ବାଧୀନତା ସଂଗ୍ରାମୀଙ୍କ ମାନଙ୍କ ନୀତି ଓ ଆଦର୍ଶକୁ ଅନୁପାଳନ କରି ଦେଶ ପ୍ରତି ରହିଥିବା ନିଜ କର୍ତ୍ତବ୍ୟକୁ ପାଳନ କରିବା ଉଚିତ ବୋଲି କହିଥିଲେ ଜିଲ୍ଲାପାଳ । ପୋଲିସ ବ୍ୟଣ୍ଡ ସମେତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ମୋଟ ୪୦ଟି ଗୃପ ପ୍ୟାରେଡ଼ରେ ଭାଗ ନେଇଥିଲେ । ପ୍ୟାରେଡ ଶେଷ ହେବା ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପିଟି ଡିସପ୍ଲେ ପ୍ରଦର୍ଶନ ହୋଇଥିଲା । ଶେଷରେ ସ୍ବାଧିନତା ଦିବସ ଅବସରରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା ।