ଋତୁସ୍ରାବ ହେଲେ କର୍ମଜୀବୀ ମହିଳା ପାଇବେ ଦିନେ ଛୁଟି:ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

0
Spread the love


କଟକ:-ଋତୁସ୍ରାବ ହେଲେ କର୍ମଜୀବୀ ମହିଳା ପାଇବେ ଦିନେ ଛୁଟି। ସରକାରୀ ଓ ବେସକାରୀ ମହିଳା କର୍ମଚାରୀଙ୍କୁ ମିଳିବ ଏହି ସୁବିଧା। ସମଗ୍ର ରାଜ୍ୟରେ ଲାଗୁ ହେବ ଏହି ନିୟମ। ସାରା ଦେଶ ଆଜି ୭୮ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳାମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ, ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ଦିନେ ଛୁଟି ମିଳିବ। ସରକାରୀ ଓ ଘରୋଇ ମହିଳା କର୍ମଚାରୀ ଦିନକ ପାଇଁ ଛୁଟି ନେଇପାରିବେ। ଋତୁସ୍ରାବ ଦିନ କିମ୍ବା ଦ୍ୱିତୀୟ ଦିନ ଏହି ଛୁଟି ନେଇପାରିବେ। କଟକରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *