ବଡ ମେଡିକାଲ ଦ୍ୱିତୀୟ ଗେଟ୍ ନ ଖୋଲିବା ପାଇଁ ବିଜେଡି ଷଢ଼ଯନ୍ତ୍ର କରିଥିଲା – ପୀତବାସ ପଣ୍ଡା

0
Spread the love


ବ୍ରହ୍ମପୁର: କୃଷ୍ଣ ଚନ୍ଦ୍ର ଗଜପତି ମେଡିକାଲ କଲେଜର ଦ୍ଵିତୀୟ ଗେଟ୍ ଖୋଲିବା ପାଇଁ ବିଭିନ୍ନ ସଂଗଠନ ଦୀର୍ଘ ପନ୍ଦର ବର୍ଷ ଧରି ଦାବୀ କରି ଆସୁଥିଲେ ମଧ୍ୟ ଏହାକୁ ବନ୍ଦ କରି ରଖିବାରେ ବିଜୁ ଜନତା ଦଳର ତତ୍କାଳିନ ନେତୃତ୍ବର ଷଡଯନ୍ତ୍ର ଫଳରେ ଏହି ଗେଟ୍ କୁ ଖୋଲା ଯାଇପାରି ନାହିଁ। ଗଞ୍ଜାମ ଓକିଲ ସଂଘ ଓ ସହରର ବିଭିନ୍ନ ବୁଦ୍ଧିଜୀବୀ ଗୋଷ୍ଠି ବିଭିନ୍ନ ସମୟରେ ତତ୍କାଳୀନ ନବୀନ ସରକାର ନିକଟରେ ଗେଟ୍ ଖୋଲିବାକୁ ଦାବୀ କରିଛନ୍ତି ଓ ଏଥିପାଇଁ ଅଦାଲତରେ ମଧ୍ୟ ମକଦ୍ଦମା କରାଯାଇଛି । କିନ୍ତୁ ସ୍ଥାନୀୟ ବ୍ରହ୍ମପୁରର ପୂର୍ବତନ ବିଧାୟକ ମାନଙ୍କ ଚକ୍ରାନ୍ତ ଓ ନବୀନ ସରକାରଙ୍କ ଫାର୍ମାସିଷ୍ଟ ଲବି ଯୋଗୁଁ ଆଜି ପର୍ଯ୍ୟନ୍ତ ଦ୍ୱିତୀୟ ଗେଟ୍ ଟି ଖୋଲା ହୋଇ ପାରିଲା ନାହିଁ । ବ୍ରହ୍ମପୁର ନୂଆଁ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ବ୍ରହ୍ମପୁର ବଡ଼ମେଡ଼ିକାଲ ଦ୍ବିତୀୟ ଗେଟ୍ ଖୋଲିବା ପାଇଁ ମୁଁ ଯେତେବେଳେ ନିଜେ ମାନ୍ୟବର ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାସ୍ଥ୍ୟ ମାମଲା ଦାଖଲ କଲି (W.P.C- 27309/2011), ସେତେବେଳେ ନବୀନ ସରକାରଙ୍କ ତରଫରୁ କୋର୍ଟରେ ସତ୍ୟପାଠ ଦଖଲ କରି କୁହାଗଲା ଯେ,ଗେଟ୍ ଖୋଲିଲେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଠିହେବ ଓ ହସ୍ପିଟାଲର ଗୋପନୀୟତା ନଷ୍ଟ ହେବାସହ ଦୁର୍ଘଟଣା ମାନ ଘଟିବ । ଅତଏବ ତତ୍କାଳୀନ ନବୀନ ସରକାର ଏହାକୁ କୋର୍ଟରେ ଜୋର୍ ଜାର ବିରୋଧ କଲେ । ଫଳରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ବଡ ମେଡିକାଲ ର ଦ୍ୱିତୀୟ ଗେଟ୍ ବନ୍ଦ ରହିବା ସପକ୍ଷ ରେ ରାୟଦେଲେ ଓ ନବୀନ ସରକାର ଦାଖଲ କରିଥିବା ଶପଥ ପାଠକୁ ଗ୍ରହଣ କଲେ। ବର୍ତମାନ କିଛି ବିଜୁ ଜନତା ଦଳର କିଛି ନେତା ବିଜେପି ଦଳକୁ ,ବିଧାୟକଙ୍କୁ ଓ ମୁଖ୍ୟମନ୍ତ୍ରୀଙ୍କୁ ସର୍ବ ସାଧାରଣରେ ଅପାରଗ ତଥା ନିମ୍ନ ଦେଖାଇବା ପାଇଁ ନିଜମତ ଅଭିବ୍ୟକ୍ତ କରିଛନ୍ତି ଓ ଗେଟ ଖୋଲିବାକୁ ଦାବୀ କରିଛନ୍ତି,ଯାହା ବାସ୍ତବତା ଠାରୁ ବହୁତ ଦୂରରେ ।

ଭୂତ ହୋଇ ଲାଗିବା ଓ ଗୁଣିଆ ହୋଇ ଛଡେଇବା ବିଜୁ ଜନତା ଦଳର ଅସଲ ଚରିତ୍ର । ବ୍ରହ୍ମପୁର ବଡ ମେଡିକାଲ ଗେଟ୍ ବନ୍ଦର ମୁଖ୍ୟ ଖଳନାୟକ ହେଉଛନ୍ତି ବିଜେଡି ନେତା ମାନେ । କ୍ଷମତାରେ ଥିବା ସମୟରେ ଗେଟ୍ ଖୋଲିବା ନେଇ ଅସହାୟ ପ୍ରକାଶ କରୁଥିବା ଓ ଗେଟ୍ ବନ୍ଦ ପାଇଁ କୋର୍ଟରେ ଶପଥ ପାଠ କରି ଓ କରାଉଥିବା ନେତାମାନେ ଏହାକୁ ନେଇ ହୀନ ରାଜନୀତି ନ କରିବା ପାଇଁ ବିଜେପି ନେତା ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ଏକ ପ୍ରେସ ବିବୃତି ରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *