ଶ୍ରୀମନ୍ଦିରର ଭୋଗମଣ୍ଡପ ଉପରେ ଥିବା ଗରା ଓ ବାଲ୍ଟି ର ରହସ୍ୟ

0
Spread the love

ଇନସାଇଡ ଓଡିଶା ବ୍ୟୁରୋ:ଅନେକ ଦିନ ତଳର କଥା, ଭାରତ ବର୍ଷ ରେ ବୌଦ୍ଧ ଧର୍ମ ର ପ୍ରଚାର ପ୍ରସାର ଅତ୍ୟନ୍ତ କ୍ଷିପ୍ର ଗତିରେ ଚାଲିଥାଏ । ଦିନେ ବୌଦ୍ଧ ଧର୍ମାଲମ୍ବୀ ଙ୍କ କୀର୍ତ୍ତି କୁ ଦେଖି ରାଜା ଙ୍କ ରାଣୀମାନେ ଏହି କଥା ରେ ଉପନୀତ ହେଲେ ଯେ ବୌଦ୍ଧମାନେ ହେଲେ ଶ୍ରେଷ୍ଠ। କିନ୍ତୁ ମହାରାଜ କହିଲେ ବୌଦ୍ଧ ମନେ କି ଶ୍ରେଷ୍ଠ? ଶ୍ରେଷ୍ଠ ହେଲେ ବ୍ରାହ୍ମଣ।

ଗୋଟେ ପଟେ ସନାତନୀ ବ୍ରାହ୍ମଣ ଆଉ ଗୋଟେ ପଟେ ବୌଦ୍ଧ ଧର୍ମବଲମ୍ବୀ। ବଡ଼ ଦ୍ଵନ୍ଦ ରେ ପଡିଲେ ଗଜପତି ମହାରାଜ କେଉଁ ଧର୍ମ କୁ ଶ୍ରେଷ୍ଠ ଭାବେ ଗ୍ରହଣ କରିବେ। ଏହି ଦ୍ଵନ୍ଦ କୁ ଦୂର କରିବାକୁ ଯାଇ ରାଣୀ ଙ୍କ କଥା ରଖି ମହାରାଜ ପରୀକ୍ଷା ନେବାକୁ କହିଲେ।ଗଜପତି ଙ୍କ ନିକଟତମ ଲୋକ ଗୋଟେ ହଣ୍ଡା ଆଣି ରଖିଲେ । ହଣ୍ଡା ମଧ୍ୟରେ ମହାରାଜ ଏକ ସର୍ପ କୁ ପୁରାଇ ବାଲ୍ଟି ମୁଦାଇ ଦେଲେ । ସର୍ତ ରହିଲା ଯିଏ କହିଦେବ ହଣ୍ଡା ଭିତରେ କଣ ଅଛି ସେ ହେବ ଶ୍ରେଷ୍ଠ । ତନ୍ତ୍ର ମନ୍ତ୍ର ରେ ସିଦ୍ଧହସ୍ତ ବୌଦ୍ଧ ଧର୍ମବଲମ୍ବୀ କହିଦେଲେ ମହାରାଜ ହଣ୍ଡା ଭିତରେ ଗୋଟେ ସର୍ପ ଅଛି । ବୌଦ୍ଧ ମାନଙ୍କ ଏହି ଉତ୍ତର ଶୁଣି ମହାରାଜ ଚକିତ ହୋଇପଡିଲେ ।

ଏବେ ମହାରାଜ ବ୍ରାହ୍ମଣ ମାନଙ୍କୁ ପ୍ରଶ୍ନ କଲେ । କୁହ ଏ ହଣ୍ଡା ଭିତରେ କଣ ଅଛି ଭିତରେ କଣ ଅଛି? ବ୍ରାହ୍ମଣ ମନେ ନିଜ ମଧ୍ୟରେ ବିଚାର କରି କହିଲେ ଯେ “ମହାରାଜ ଏ ହଣ୍ଡା ରେ ଭସ୍ମ ଗୁଡିଏ ଅଛି ”

ଏ କଥା ଶୁଣି ମହାରାଜ ହଣ୍ଡା ଫେଡ଼ାଇ ଦେଖିଲା ବେଳକୁ ଆହା ଅପୂର୍ବ ଚମତ୍କାର ଘଟଣା ଘଟିଲା ଇ ହଣ୍ଡା ମଧ୍ୟରେ ସର୍ପ ନଥାଇ ପାଉଁଶ ଗୁଡିଏ ଥିଲା । ଚମକି ପଡିଲେ ବୌଦ୍ଧ ଧର୍ମବଲମ୍ବୀ ନିଜ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ । ବ୍ରାହ୍ମଣ ମାନଙ୍କ ବିଜୟୀ ହେଲା । ଶେଷରେ ମହାରାଜ ଏହି କଥା ରେ ଉପନୀତ ହେଲେ ଯେ ବ୍ରାହ୍ମଣ ହିଁ ଶ୍ରେଷ୍ଠ । ଏହି ବିଜୟ କୁ ସବୁଦିନ ମନେ ରଖିବା ପାଇଁ ଶ୍ରୀମନ୍ଦିର ଭୋଗ ମଣ୍ଡପରେ ଗରା ଉପରେ ବାଲଟି ରଖା ଯାଇଛି ଯାହା ଆଜି ମଧ୍ୟ ସେମିତି ଅଛି ।
ଜୟ ଶ୍ରୀଜଗନ୍ନାଥ 🙏🏻

Leave a Reply

Your email address will not be published. Required fields are marked *