ଆଇନ ପାଠ୍ୟକ୍ରମ ରେ ନାମଲେଖା ପାଇଁ ସ୍ୱଚ୍ଛତା ରହୁ – ଚିନ୍ମୟ ହୋତା ।

0
Spread the love

ବ୍ରହ୍ମପୁର :ଉଚ୍ଚ ଶିକ୍ଷା ବିଭାଗ ତରଫରୁ ପ୍ରଥମ ଥର ପାଇଁ ସ୍ନାତକ ଆଇନ ପାଠ୍ୟକ୍ରମ ରେ ନାମ ଲେଖା ପାଇଁ SAMS କୁ ହସ୍ତାନ୍ତର କରାଯାଇ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ଆଶାୟୀ ଛାତ୍ର ଛାତ୍ରୀ ମାନେ ଓଡ଼ିଶା ରେ ଥିବା ମାତ୍ର ତିନିଗୋଟି ସରକାରୀ ଶିକ୍ଷନୁଷ୍ଠାନ ମଧ୍ୟରୁ ଦୁଇଟି ବିଶ୍ଵବିଦ୍ୟାଳୟ ତଥା ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ର 120 ସିଟ୍ ଓ ଉତ୍କଳ ବିଶ୍ୱବଦ୍ୟାଳୟ ମଧ୍ୟରେ ଥିବା ଆଇନ ବିଭାଗର 60 ସିଟ୍ ଏବଂ ଦକ୍ଷିଣ ଓଡ଼ିଶାର ଏକ ମାତ୍ର ଆଇନ ମହାବିଦ୍ୟାଳୟ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ର 180 ସିଟ୍ ରେ ନାମଲେଖା ପାଇଁ ବିଜ୍ଞପ୍ତି ବାହାର କରାଗଲା । କିନ୍ତୁ ଯେଉଁ ମାଧ୍ୟମରେ ଛାତ୍ର ଛାତ୍ରୀ ଙ୍କୁ ନାମଲେଖା ପାଇଁ ଚୟନ କରାଗଲା ତାହା ସଂପୂର୍ଣ୍ଣ ଭାବରେ ଛାତ୍ର ଛାତ୍ରୀ ଙ୍କ ସହ ସମସ୍ତଙ୍କୁ ଅନ୍ଧାରରେ ରଖି ନାମଲେଖା ଗଲା ।SAMS ପକ୍ଷରୁ କୁହାଗଲା ଯେ ମାଟ୍ରିକ ମାର୍କ ରୁ 20%, ଯୁକ୍ତ ଦୁଇ ରୁ ୩୦ % ଏବଂ ସ୍ନାତକ ଡିଗ୍ରୀ ରୁ ୫୦% ମାର୍କ କୁ ନେଇ ଏକ ମ୍ୟାରିଟ ଲିଷ୍ଟ ବାହାର କରାଯିବ ,କିନ୍ତୁ କିଏ କେତେ ମାର୍କ ପାଇଲେ ଏ ଯାଏଁ ନାମ ଲେଖା କରିଥିବା ଏବଂ କରିନଥିବା ଛାତ୍ର ଛାତ୍ରୀ ଜାଣିପାରିଲେ ନାହିଁ । ନାମ ଲେଖା ସାରିବା ପରେ ଗତ ୯ ଓ ୧୦ ତାରିଖ ରେ ଯେଉଁମାନେ ରିପୋର୍ଟ୍ କରିବେ ସେମାନଙ୍କର ଏକ ମ୍ୟାରିଟ୍ ବାହାର କରାଯାଇ ନାମ ଲେଖାଇବା କଥା କୁହାଗଲା , SAMS ପୋର୍ଟାଲ୍ ରୁ ବର୍ତମାନ କିଏ କେତେ ନଂ ରେଙ୍କ ରେ ଅଛି ଏକ ନଂ ଦେଖାଗଲା । କିନ୍ତୁ ଏ ସବୁ କେମିତି ହେଲା କୋଉ ପ୍ରଣାଳୀ ରେ ହେଲା କେହି ବି ସଠିକ୍ ତଥ୍ୟ ଦେଇପରୁନାହାନ୍ତି । ଏଇଥିରୁ ଜଣାଯାଇଛି ଜେଉଁଭଳି ଭାବରେ ଛାତ୍ର ଛାତ୍ରୀ ଙ୍କୁ ଅନ୍ଧାରରେ ରଖି ନାମ ଲେଖିବାକୁ କୁହ ଯାଉଛି, ସମ୍ପୂର୍ଣ୍ଣ ରୂପେ ସନ୍ଧେହ ମଧ୍ୟରେ ରହିଛି ଏବଂ ଆଶଙ୍କା କରାଯାଉଛି ସମ୍ପୂର୍ଣ୍ଣ ଭାବରେ ନାମଲେଖା ରେ ଅନିମମୀୟତା କରାଯାଉଛି ।
ଏଣୁ ଉଚ୍ଚ ଶିକ୍ଷା ବିଭାଗ ଏହାର ତଦନ୍ତ କରି ଛାତ୍ର ଛାତ୍ରୀ ଙ୍କୁ ନେମାଲେଖାକୁ ନେଇ ଥିବା ଦ୍ଵନ୍ଦ ଦୂର କରନ୍ତୁ ବୋଲି ଆଇନଜୀବୀ ତଥା ଜିଲ୍ଲା ଯୁବ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *