ହାତୀଵଂଶ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

0
Spread the love


ବ୍ରହ୍ମପୁର:-“ବିଶ୍ୱ ହସ୍ତୀ ଦିବସ” ଅବସରରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲଙ୍ଗଳଦେଇ ଗ୍ରାମ ସ୍ଥିତ ଅଙ୍ଗନବାଡିରେ ହାତୀ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡିର କୁନି କୁନି ଶିଶୁଙ୍କୁ ଜଙ୍ଗଲରେ ହାତୀର ଭୂମିକା ଏବଂ ଜୈବବିଭିଧତା ସମ୍ପର୍କରେ ଅବଗତ କରାଯିବା ସହ ଚିତ୍ରାଙ୍କନ,କବିତା, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସଙ୍ଗଠନ ଦ୍ୱାରା ଅନୁଷ୍ଠିତ କରାଯାଇଥିଲା।

“ବିଶ୍ଵ ହସ୍ତୀ ଦିବସ” ହାତୀମାନଙ୍କୁ ସୁରକ୍ଷା ଦେବା ଏବଂ ସେମାନଙ୍କ ଅସ୍ଥିତ୍ୱ ବଜାୟ ରଖିବାରେ ଯୋଗଦାନ ପାଇଁ ପ୍ରେରଣା ଯୋଗାଇବା ଏହି ଦିବସର ମୂଳ ଉର୍ଦ୍ଧେଶ୍ୟ କିନ୍ତୁ ବର୍ତ୍ତମାନରେ ହାତୀ ମୃତ୍ୟୁ ବାର୍ଦ୍ଧକ୍ୟ ବା ସ୍ୱାଭାବିକ ମୃତ୍ୟୁ ଅପେକ୍ଷା ରେଳ ଧକ୍କାରେ,ବିଦ୍ୟୁତ ସଂସ୍ପର୍ଶରେ ଅଥବା ହାତୀଦାନ୍ତ ପାଇଁ ହାତୀକୁ ଶିକାର କରିବା ଯୋଗୁଁ ଅଧିକ ହାତୀଙ୍କ ମୃତ୍ୟୁ ଘଟୁଛି। ପ୍ରକୃତିରେ ପ୍ରତ୍ୟେକ ଜୀବଜନ୍ତୁ ପ୍ରାକୃତିକ ସନ୍ତୁଳନ ରଖିବାରେ ହଜାର ହଜାର ବର୍ଷ ଧରି ପୂର୍ବ ନିର୍ଦ୍ଧାରିତ ହୋଇଆସୁଥିବା ବେଳେ ହାତୀଵଂଶଙ୍କ ଅକାଳ ମୃତ୍ୟୁ ପ୍ରକୃତି ସହ ଖେଳ ଖେଳିବା ସହିତ ସମାନ। କୋମଳ ଶିଶୁମାନଙ୍କୁ ଉଦାହରଣ ଦେବାକୁ ଯାଇ କେରଳର ହାତୀ ଶିକାର କରିବାକୁ ପାଇଁ ଗର୍ଭବତୀ ହାତୀକୁ ବାରୁଦରେ ଭରା ସପୁରୀ ଖାଦ୍ୟରୂପେ ଦେଇ ହତ୍ୟା କରାଯାଇଥିଲା ଏବଂ ଆଜି ସେହି ସ୍ଥାନରେ ଭୁସ୍କୋଳନ ଯୋଗୁଁ ଅନେକ ଲୋକ ମରଣକୁ ସାମ୍ନା କରିଛନ୍ତି। ତେଣୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମାନବଜାତି ଜୀବଜନ୍ତୁଙ୍କୁ ସୁରକ୍ଷା ଦେଇ ପ୍ରକୃତିକୁ ବଞ୍ଚାଇବା ପାଇଁ ଆହ୍ଵାନ କରାଯାଇଥିଲା।

ଏହି ସଚେତନତା କାର୍ଯ୍ୟକ୍ରମକୁ ବ୍ରହ୍ମପୁର ସବୁଜ ବାହିନୀ ସଙ୍ଗଠନର ସମ୍ପାଦକ ସଂଯୋଜନା କରିଥିବା ବେଳେ ସାଗର ପ୍ରସାଦ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିଭଳି ମଞ୍ଚରେ ରବୀନ୍ଦ୍ର ସାହାଣୀ, ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ବନମାଳୀ ପ୍ରଧାନଙ୍କ ସମେତ ଅଙ୍ଗନବାଡି ଶିକ୍ଷୟତ୍ରୀ ରିତା ସାହୁ ଓ ଛାତ୍ରଛାତ୍ରୀ ସମୂହ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *