ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟର ଆନୁକୂଲ୍ୟରେ କ୍ରାନ୍ତି ଦିବସ ପାଳିତ।

0
Spread the love


ଗଂଜାମ (ଵିନୋଦ ଚନ୍ଦ୍ର ପଲାଇ):-ସହିଦ୍ ଭଗତ୍ ସିଂ ଡିଗ୍ରୀ ମହାବିଦ୍ୟାଳୟର ଆନୁକୂଲ୍ୟରେ ଯୁବ ରେଡ୍ କ୍ରସ୍ ଓ ରେଡ ରିବନ୍ କ୍ଲବ୍ ତରଫରୁ ଆୟୋଜିତ। କ୍ରାନ୍ତି ଦିବସରେ କଲେଜ ଅଧ୍ୟକ୍ଷା ଶ୍ରୀମତି ମିନତୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ କ୍ରାନ୍ତି ଦିବସରେ କ୍ରାନ୍ତି ଓ ବିପ୍ଳବ ଦ୍ୱାର ଭାରତ ବର୍ଷ କିଭଳିଭାବେ ସ୍ୱାଧିନ ପାଇଥିଲା ଏବଂ ନିଜ ଅଧିକାରକୁ ବିଦେଶ ହାତରୁ କିପରି ଛଡାଇ ଆଣିଥିଲା ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।ଏଥିରେ ମହାବିଦ୍ୟଲୟର ଅନ୍ଯାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ତଥା ରାଜନୀତି ବିଜ୍ଞାନ ର ବରିଷ୍ଠ ଶ୍ରୀ ଲିଙ୍ଗରାଜ ସାହୁ,ଇତିହାସ ବିଭାଗ ର ବରିଷ୍ଠ ଶ୍ରୀ ଆନନ୍ଦ କୁମାର୍ ଗୌଡ଼ , ଶିକ୍ଷା ବିଭାଗ ର ବରିଷ୍ଠ ବସନ୍ତ କୁମାର ଗୌଡ଼ , ଆଖଣ୍ଡଳମଣି ବେହେରା , ଦେବି ପ୍ରସାଦ ପଟ୍ଟନାୟକ, ଜୟନ୍ତୀ ବେହେରା, ତଥା ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗ ଦାନାକରି ନିଜନିଜ ବକ୍ତବ୍ୟ ମାଧ୍ୟ୍ୟମରେ କର ବା ମର ଏବଂ ମୃତ୍ଯୁ ବା ମୁକ୍ତି ର ମାର୍ଗ କ୍ରାନ୍ତି ର ଫଳାଫଳ ବୋଲି ଘୋଷଣା କରିଥିଲେ । କଲେଜ ର ପ୍ରାୟ ୪୦୦ ରୁ ଅଧିକ ଛାତ୍ରଛାତ୍ରୀ ଏହି କ୍ରାନ୍ତି ଦିବସରେ ଯୋଗ ଦେଇଥିଲେ । ଶେଷରେ ଯୁବ ରେଡକ୍ରସ ସଂଯୋଜିକା ଏନ୍. ପଦ୍ମାବତୀ ଧନ୍ୟଵାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *