ଜାତୀୟ ପ୍ରେସ ଦିବସ ପାଳିତ।

0
Spread the love

ବ୍ରହ୍ମପୁର:- କମାପଲ୍ଲୀ ସ୍ଥିତ ବିକଳ୍ପ ଭବନ ପରିସରରେ ଜାତୀୟ ପ୍ରେସ ଦିବସ ଓଡିଶା ସମ୍ବାଦିକ ମହାସଂଘ ଓ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଭାବରେ ସଂଘର ପ୍ରତିଷ୍ଠାତା ସଭାପତି ଜୟରାମ ମହାରଣାଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇ ଯାଇଅଛି।ମୁଖ୍ଯଅତିଥି ଭାବେ ବୃକ୍ଷ ମଣିଷ ରୂପେ ପରିଚିତ ତଥା ପୂର୍ବତନ ବିଡିଏ ଅଧିକ୍ଷ ସୁବାଷ ମହାରଣା,ଅନ୍ଯତମ ମୁଖ୍ଯ ଅତିଥି ବରିଷ୍ଟ ସମାଜସେବୀ ତଥା ମହାନ ସଂଘ ସଭାପତି ସୁଶାନ୍ତ ସାବତ,ସମ୍ମାନୀତ ଅତିଥି ବରିଷ୍ଟ ଆଇନଜୀବୀ ତଥା ବିବିଧ ସମ୍ବାଦ ସମ୍ପାଦକ ଗୌରାଙ୍ଗ ଚୌଧୁରୀ,ବରିଷ୍ଠ ଶିକ୍ଷାବିତ ପ୍ରଶାନ୍ତ କୁମାର ମହାପାତ୍ର ମଞ୍ଚାସୀନ ଥିଲେ।ଅତିଥିଙ୍କ ସମେତ ଜିଲ୍ଲା ତଥା ରାଜ୍ଯର ବିଭିନ୍ନ ଅଞ୍ଚଳରୁ ଆସିଥିବା ବହୁ ବରିଷ୍ଠ ସମ୍ବାଦିକ ଜାତୀୟ ପ୍ରେସ ଦିବସର ମହତ୍ତ୍ବ ଏବଂ ବହୁ ଘାତପ୍ରତିଘାତ ସତ୍ବେ ନିଜର କଲମ ମୁନ ରୁ ସ୍ବତନ୍ତ୍ର ଭାବେ ଗରୀବ ନିଷ୍ପେସିତ ଜନସାଧାରଣଙ୍କ ସ୍ବର ଉତ୍ତୋଳନ କରୁଥିବା ଓ ନିଜର ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କ ଭରଷାର ଆଶାର କିରଣ ପାଲଟିଥିବା ସାମ୍ବାଦିକମାନଙ୍କ ଧନ୍ୟବାଦ ଅର୍ପଣ କରିବାସହ ସେମାନଙ୍କର ସୁରକ୍ଷା ଓ ଜୀବନ ଜୀବିକା ସରକାରଙ୍କ ଦାୟିତ୍ବ ଗ୍ରହଣ କରାଯିବ ଉଚିତ ବୋଲି ଦର୍ଶାଇ ଥିଲେ।ଅନ୍ଯମାନଙ୍କ ମଧ୍ଯରେ ସୂର୍ଯ୍ୟନାରାୟଣ ବେହେରା,ସୁଭେନ୍ଦୁ କୁମାର ଦାଶ,ମନରଞ୍ଜନ ପାଣିଗ୍ରାହୀ,ଦୁର୍ଯ୍ୟୋଧନ ବେହେରା,ଜୋତି ରଞ୍ଜନ ଗୌଡ,ସୁରଜିତ ରାଉଳଙ୍କ ସମେତ ଜିଲ୍ଲା ତଥା ରାଜ୍ଯର କୋଣଅନୁକଣ ଆସିଥିବା ସମ୍ବାଦିକ ମାନେ ନିଜ ନିଜର ସୁଚିନ୍ତିତ ମତାମତ ପ୍ରକାଶ କରି ଆଗାମୀ ଦିନରେ ସଂଘ ମାଧ୍ଯମରେ ସରକାରଙ୍କୁ ଅବଗତ କରାଇବା ପାଇଁ ପ୍ରତିଷ୍ଠାତା ସଭାପତି ଜୟରାମ ମହାରଣାଙ୍କୁ ଅନୁରୋଧ କରାଯାଇଥିଲା।ଶେଷରେ ସମ୍ବାଦିକ ଅନୀଲ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିବାସହ ସଭାସାଙ୍ଗ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *