ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା-୨୦୨୪ ଅନୁଷ୍ଠିତ।

0
Spread the love

ଢେଙ୍କାନାଳ :ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ନଭେମ୍ବର ୧୪ ତାରିଖରୁ ୨୦ ତାରିଖ ମଧ୍ୟରେ ୭୧ ତମ ସର୍ବଭାରତୀୟ ସମବାୟ ସପ୍ତାହ-୨୦୨୪ ପାଳନ ଉପଲକ୍ଷେ ସ୍ଥାନୀୟ ଢେଙ୍କାନାଳ ସମବାୟ ବିଭାଗ ଉପନିବନ୍ଧକଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା -୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଢେଙ୍କାନାଳ ଉପନିବନ୍ଧକ ସରୋଜିନି ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟାରମ୍ଭ ଉଦଘାଟନ କରି ନିଖିଳ ଭାରତ ସମବାୟ ସପ୍ତାହ ପାଳନର ଆଭିମୁଖ୍ୟ,ଆବଶ୍ୟକତା,ତାତ୍ପର୍ଯ୍ୟ ସମ୍ପର୍କରେ ସୁବିସ୍ତୃତ ବର୍ଣ୍ଣନା କରି ଆଜିର ପ୍ରତିଯୋଗିତାର ମୁଖ୍ୟ ଆଲୋଚ୍ୟ ବିଷୟବସ୍ତୁ ” ବିକଶିତ ଭାରତ ଗଠନରେ ସମବାୟର ଭୂମିକା ” ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଅଭିପ୍ରେତ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ସମସ୍ତେ ଏଥିରେ ସାମିଲ ହୋଇ ପ୍ରମୁଖ ଭୂମିକା ନିର୍ବାହ କରିବାକୁ ଦୃଢ଼ ଆହ୍ଵାନ ଜଣାଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଓ ବିଚାରକ ଭାବରେ ସହ ନିବନ୍ଧକ ଢେଙ୍କାନାଳ ଦୀପାଞ୍ଜଳି ସିଂ,ବିରଜାନନ୍ଦ ଦାଶ, ସହ ନିବନ୍ଧକ,ହିନ୍ଦୋଳ,ସହ ନିବନ୍ଧକ,ଅମରଜୟ ଦାଶ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ, ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷାବିତ୍ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ଆମ ସଂସ୍କୃତି ଓ ପରମ୍ପରାରେ ସମବାୟର ଉତ୍ସ ଓ ଆଧାର ରହିଛି।ପ୍ରଗତିର ଏକ ସଫଳ ମାଧ୍ୟମ ହେଉଛି ସମବାୟ।ସମବାୟ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ହାସଲ କରାଯାଇଥିବା ପ୍ରଗତିକୁ ଆଧାର କରି ଭବିଷ୍ୟତ ପାଇଁ ମାର୍ଗ ନିର୍ଣ୍ଣୟ ନିମନ୍ତେ ସମବାୟ ସପ୍ତାହ ପାଳନ ପ୍ରେରଣା ଯୋଗାଇବ।ସମୟର ଆହ୍ଵାନ ଓ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ସମବାୟ ‘ବିକଶିତ ଓଡ଼ିଶା ‘ ଓ ‘ ବିକଶିତ ଭାରତ ‘ ଗଠନ ଦିଗରେ ସହାୟକ ହେବ ବୋଲି ଦୃଢ଼ ଆଶା ଓ ବିଶ୍ବାସ ପୋଷଣ କରିଥିଲେ।ଏହି ଅବସରରେ ଅନୁଷ୍ଠିତ କନିଷ୍ଠ ବିଭାଗ ବକ୍ତୃତା ପ୍ରତିଯୋଗିତାରେ ଶତାୟୁ, ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସାଗରିକା ସ୍ଵାଇଁ ପ୍ରଥମ ସ୍ଥାନ ଓ ଏହି ସ୍କୁଲର ନବମ ଶ୍ରେଣୀର ଛାତ୍ର ତୃତୀୟ ସ୍ଥାନ,ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ନବମ ଶ୍ରେଣୀର ଛାତ୍ରୀ ଶ୍ରେୟାନ୍ ଶୀ ପଣ୍ଡା ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। କନିଷ୍ଠ ବିଭାଗ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଅଷ୍ଟମ ଶ୍ରେଣୀର ଛାତ୍ରୀ ମାମୁନି ପୃଷ୍ଟି ପ୍ରଥମ ସ୍ଥାନ ଓ ସେହି ସ୍କୁଲର ନବମ ଶ୍ରେଣୀର ଛାତ୍ରୀ ଶ୍ରୁତି ସୁଧା ପ୍ରିୟଦର୍ଶିନୀ ଦ୍ଵିତୀୟ ସ୍ଥାନ,ଶତାୟୁ, ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ନବମ ଶ୍ରେଣୀ ଛାତ୍ର ପ୍ରିୟାନ୍ ଶୁ ସାମଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବରିଷ୍ଠ ବିଭାଗ ବକ୍ତୃତା ପ୍ରତିଯୋଗିତାରେ ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ ଛାତ୍ରୀ କିମିକ୍ରିଷ୍ଣା ବେହେରା ପ୍ରଥମ ସ୍ଥାନ ଓ ସେହି ସ୍କୁଲର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଆଶୁତୋଷ ତ୍ରିପାଠୀ ତୃତୀୟ ସ୍ଥାନ, ସ୍ଵୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ତୃତୀୟ ବର୍ଷ ଛାତ୍ରୀ ପ୍ରୀତିଛନ୍ଦା ପୃଷ୍ଟି ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି ବରିଷ୍ଠ ବିଭାଗ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଢେଙ୍କାନାଳ ଢେଙ୍କାନାଳ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ତୃତୀୟ ବର୍ଷ ଛାତ୍ର ପ୍ରଶାନ୍ତ କୁମାର ଜେନା ପ୍ରଥମ ସ୍ଥାନ ଓ ସେହି ମହାବିଦ୍ୟାଳୟର ଯୁକ୍ତ ତିନି ତୃତୀୟ ବର୍ଷ ଛାତ୍ରୀ ବିଦୁସ୍ମିତା ପରିଡ଼ା ଦ୍ଵିତୀୟ ସ୍ଥାନ, ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଆଶୁତୋଷ ତ୍ରିପାଠୀ ତୃତୀୟ ସ୍ଥାନ ଅଧିକାର କରିଥିବା ସୂଚନା ମିଳିଛି।ଢେଙ୍କାନାଳ ସମବାୟ ବିଭାଗ ଉପନିବନ୍ଧକଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡଃ ଅନୁପମା ମିଶ୍ର ସୁଲଳିତ କଣ୍ଠରେ ମଙ୍ଗଳାଚରଣ ଗାନ ଓ ଶାନ୍ତିପାଠ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଓ ବିଚାରକ ଭାବରେ ସହ ନିବନ୍ଧକ ଢେଙ୍କାନାଳ ଦୀପାଞ୍ଜଳି ସିଂ ଉପସ୍ଥିତ ଆଜିର ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ସଫଳ କରିଥିବା ଅଂଶଗ୍ରହଣକାରୀ ସମସ୍ତ ଛାତ୍ରୀ ଛାତ୍ର,ସେମାନଙ୍କର ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକ,ମାତା,ପିତା,ଅଭିଭାବିକା, ଅଭିଭାବକ,କାର୍ଯ୍ୟାଳୟର ଅଧିକାରୀ ଗଣ ଓ କର୍ମଚାରୀ ବୃନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *