ଗଞ୍ଜାମ ସହରରେ ବଚ୍ପନ୍ ପ୍ଲେ ସ୍କୁଲ ଉଦଘାଟିତ
ଗଂଜାମ(ବିନୋଦ ଚନ୍ଦ୍ର ପଲାଇ): ଗଂଜାମ ସହରର ବଡ଼ ବଜ଼ାର ଠାରେ ନୂତନ ଭାବରେ ବଚ୍ପନ୍ ପ୍ଲେ ସ୍କୁଲ୍ ଉଦ୍ଘାଟିତ ହୋଇଛି।
ବିନାୟକ ଏଣ୍ଟେର ପାଇଜ଼ ଆନୁକୂଲ୍ୟରେ ଏବଂ ସ୍କୁଲ ପ୍ରତିଷ୍ଠାତା ଇଂ.ବିନୋଦ କୁମାର ପାଢ଼ୀ, ଓ ପ୍ରମୋଦ କୁମାର ବ୍ରହ୍ମ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ , ସମ୍ମାନୀତ ଅତିଥି ଭାବେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଅଷ୍ଟମ ବାଟାଲିୟନ ଦୁର୍ଗପତି ସାରଦା ପ୍ରସାଦ ଦାଶ ଓ ଗଞ୍ଜାମ ଏନଏସି ଅଧକ୍ଷ ପ୍ରତିଭା ପାଢ଼ୀ ଯୋଗଦେଇ ଏହାର ଶୁଭ ଉଦ୍ଘାଟନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ମାନେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଇଂରାଜୀ ସହିତ ମାତୃଭାଷାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ବଚପନ ପ୍ଲେ ସ୍କୁଲ ର ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟର ନିର୍ଦ୍ଧେଶକ ଡି. ସି. ରାୟ ବିଦ୍ୟାଳୟ ସଂପର୍କରେ ଆଲୋକପାତ କରିଥିଲେ । ଏହି ପ୍ରତିଷ୍ଠା ଉତ୍ସବ ରେ ସ୍କୁଲରେ ଶିକ୍ଷକ, ଶିକ୍ଷୟତ୍ରୀ,
କାଉନସିଲ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l