ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ଶିଶୁ ଦିବସ ଉପଲକ୍ଷେ “ପିଲାଟିଏ ଗଛଟିଏ” ଓ “ଏଡପ୍ଟ ଏ ଟ୍ରି” କାର୍ଯ୍ୟକ୍ରମ ଅନୁଷ୍ଠିତ।
ବ୍ରହ୍ମପୁର:- ଶିଶୁ ଦିବସ ଉପଲକ୍ଷେ ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ସ୍ଥିତ ବେଣା ବନ୍ଧ ପରିସରରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ “ଏଡପ୍ଟ ଏ ଟ୍ରି” ବା “ବୃକ୍ଷକୁ ପୋଷ୍ୟ ଭାବେ ଗ୍ରହଣ କରିବା” ଅଭିଯାନ ମାଧ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଗତ ଦିନରେ ସଂଗଠନ ପ୍ରଚେଷ୍ଠାରେ ପାଞ୍ଚ ଶହରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଏହି ଅଭିଯାନ ମାଧ୍ୟମରେ ସୁକୁଣ୍ଡା ଗ୍ରାମ ସ୍ଥିତ ବିରାଟ ହଜରେ ବୃକ୍ଷରୋପଣରେ ସାମିଲ କରାଯାଇଥିଲା। ଯାହାର ମୁଖ୍ୟ ଉର୍ଦ୍ଧେଶ୍ୟ ଥିଲା ସମାଜରେ ପ୍ରତ୍ୟେକ ବ୍ୟକ୍ତିବିଶେଷ ନିଜ ବ୍ୟସ୍ତତା ଭିତରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣରେ ସାମିଲ କରିବା। ଏହି ଅଭିଯାନକୁ ରାଜ୍ୟ ତଥା ଦେଶ ବିଦେଶରୁ ଆସି ଅନେକ ବ୍ୟକ୍ତି ବୃକ୍ଷକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ତେଣୁ ଏହି ଅଭିଯାନକୁ ଆହୁରି ବ୍ୟାପକ କରିବା ପାଇଁ ଆଜି ସଂଗଠନ ପକ୍ଷରୁ ବ୍ରହ୍ମପୁର ଉପକଣ୍ଠ ଜଗଦଲପୁର ସ୍ଥିତ ବେଣା ବନ୍ଧ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ, ସମ୍ମାନିତ ଅତିଥି ଭାବେ ସୁବାସ ମହାରଣା, ରୁବି ଆଇ ହସ୍ପିଟାଲର ମୁଖ୍ୟ ଡକ୍ଟର ବି ନାଗେଶ୍ୱର ରାଓ ସୁବୁଦ୍ଧି, ଶ୍ରୀକ୍ଷେତ୍ର ବିହାର ଉନୟନ୍ନ କମିଟି ମୂଖ୍ୟ ଦିତୀକୃଷ୍ଣ ପ୍ରହରାଜ ଓ ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଙ୍କ ଉପସ୍ଥିତିରେ ବ୍ରହ୍ମପୁରର ୧୫ ଜଣ ବ୍ୟକ୍ତି ବୃକ୍ଷକୁ ପୋଷ୍ୟ ଭାବେ ଗ୍ରହଣ କରି ବୃକ୍ଷରୋପଣ କରିଥିଲେ। ଶ୍ରୀ ସୁବାସ ମହାରଣା ଶିଶୁ ଦିବସର ଶୁଭେଚ୍ଛା ଜଣାଇବା ସହ ବିଦ୍ୟାଳୟର ଛାତ୍ରଙ୍କୁ ପରିବେଶ ପ୍ରତି ସଚେତନତା କରିଥିଲେ। ଓ ପରିବେଶ ବିତି ଅନିଲ ଚୌଧୁରୀଙ୍କ ଜନ୍ମ ଦିନରେ ବୃକ୍ଷକୁ ପୋଷ୍ୟ ଭାବେ ଗ୍ରହଣ କରି ଅନ୍ୟ ମାନଙ୍କୁ ପାଇଁ ଉଦାହରଣ ସାଜି ଥିଲେ
ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏ ପ୍ରକାଶ,ପି ବିନୋଦ, ଗଣେଶ ପାଣିଗ୍ରାହୀ, ରବୀନ୍ଦ୍ର ସହାଣୀଙ୍କ ସମେତ, ଅନିଲ କୁମାର ଚୌଧୁରୀ, ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର ପାତ୍ର, ସମ୍ପାଦକ ବିଜେନ୍ଦ୍ର ମାଝୀ, ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟର ଅଧ୍ୟକ୍ଷ ମିହିର ତ୍ରିପାଠୀଙ୍କ ସମେତ ବହୁ ପରିବେଶପ୍ରେମୀ ଏବଂ ସମାଜ ସେବୀ ଉପସ୍ଥିତ ଥିଲେ।