“ବ୍ରହ୍ମପୁର ଅସ୍ଥିଶଲ୍ୟ ମଞ୍ଚର ବାର୍ଷିକ ସମ୍ମିଳନୀ “

0
Spread the love

ବ୍ରହ୍ମପୁର ଅସ୍ଥିଶଲ୍ୟ ମଞ୍ଚର ବାର୍ଷିକ ସମ୍ମିଳନୀ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ସ୍ଥିତ ସ୍ପେକ୍ଟ୍ରାମ ହୋଟେଲର ସମ୍ମିଳନୀ କକ୍ଷରେ ତା 10.08.24 ଓ 11.08.24 ଶନିବାର ଓ ରବିବାର ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି ||ଉଦ୍ଘାଟନୀ ଉତ୍ସବରେ ଉପଦେଷ୍ଟା ପଦ୍ମଶ୍ରୀ ପ୍ରଫେସର ଡା କୃଷ୍ଣ ମୋହନ ପାଠୀ, ସଭାପତି ଡା ଅବନୀକାନ୍ତ ମିଶ୍ର, ସମ୍ପାଦକ ଡା ସଙ୍କର୍ଷଣ ପାତ୍ର, ଓଡିଶା ଅସ୍ଥିଶଲ୍ୟ ସଂଘର ସମ୍ପାଦକ ଡା ସତ୍ୟ ପ୍ରସନ୍ନ ପାତ୍ର, ମୁଖ୍ୟ ଅତିଥି ଡା ସୁବ୍ରତ ବାସୁ, ସମ୍ମାନିତ ଅତିଥି ଡା ଶୁଭ୍ରାଂଶୁ ମହାନ୍ତି ଓ ସାଙ୍ଗଠନିକ ସମ୍ପାଦକ ଡା ସ୍ୱରୂପ ଦାସ ମଂଚାସୀନ ଥିଲେ ||ସଭାପତିଙ୍କ ସ୍ୱାଗତ ଅଭିଭାଷଣ ପରେ ମୁଖ୍ୟ ଅତିଥି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ସମ୍ମିଳନୀର ଉଦଘାଟନ କରିଥିଲେ ||ସମ୍ପାଦକ ଡା ସଙ୍କର୍ଷଣ ପାତ୍ର ଅତିଥି ପରିଚୟ ଦେବାସହ ବ୍ରହ୍ମପୁର ଅସ୍ଥିଶଲ୍ୟ ସଂଘର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ || ଉପଦେଷ୍ଟା ଡା ପାଠୀ ମଞ୍ଚର ସୃଷ୍ଟି ଓ ଇତିହାସ ବିଷୟରେ ଉଲେଖ କରିଥିଲେ || ରାଜ୍ୟ ସମଦକ,ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ନିଜ ନିଜ ଵକ୍ତାବ୍ୟରେ ମଞ୍ଚର କାର୍ଯ୍ୟାଳପର ଭୁୟସୀ ପ୍ରଶଂସା କରିଥିଲେ ଓ ଏହିପରି କର୍ମଶାଳା ଓ ଆଲୋଚନାଚକ୍ରର ଗୁରୁତ୍ୱ ବିଷୟରେ କହିଥିଲେ || ପରିଶେଷରେ ସାଙ୍ଗଠନିକ ସମ୍ପାଦକ ଡା ସ୍ୱରୂପ ଦାସ ସମ୍ମିଳନୀର ସଫଳତାରେ ଖୁସି ପ୍ରକଟ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ || ରାଜ୍ୟ ବାହାରୁ ଓ ରାଜ୍ୟର ଦଶ ଜଣ ପ୍ରତିଷ୍ଠିତ ଅସ୍ଥିଶଲ୍ୟ ଚିକିତ୍ସକ ପ୍ରଶିକ୍ଷକ ଭାବେ ଯୋଗଦେଇ ଆଲୋଚନା ଚକ୍ର ଓ କର୍ମଶାଳାରେ ନୂତନ ଭାବେ ଅସ୍ଥିଶଲ୍ୟ ଚିକିତ୍ସା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ଇଲିଯାରୋଭ କୌଶଳର ବ୍ୟବହାର ଓ ସମସ୍ତ ଦିଗ ଵିଷୟରେ ପ୍ରଶିକ୍ଷଣ ଦେଇଥିଲେ ||ମଞ୍ଚର କୋଷାଧକ୍ଷ ଡା ସୌଭାଗ୍ୟ ହୋତା ପରିଚାଳନାରେ ସହଯୋଗ କରିଥିଲେ || ପିଟକର ସଂସ୍ଥା କର୍ମଶାଳାର ବୈଷୟିକ ସହଯୋଗ କରିଥିଲେ || ଏହି ଅବସରରେ ମଞ୍ଚର ମୁଖପତ୍ର ପ୍ରକାଶ ପାଇଥିଲା ଓ ସମସ୍ତ ଅତିଥି ଏବଂ ପ୍ରଶିକ୍ଷକଙ୍କୁ ସମ୍ମାନିତ ଜରାଯାଇ ଥିଲା || ଏଥିରେ ବିଭିନ୍ନ ପ୍ରାନ୍ତରୁ ସାଠିଏରୁ ଉର୍ଦ୍ଧ ସଦସ୍ୟ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ ଓ ମଞ୍ଚର ଏହି କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିଥିଲେ ||

Leave a Reply

Your email address will not be published. Required fields are marked *