ପ୍ରସିଦ୍ଧ ଦୈବୀ ପୀଠ ମାଁ ତାରାତାରିଣୀ ମନ୍ଦିର ଚୋରି ଅଭିଯୋଗରେ ୬ ଜଣ ଗିରଫ।

0
Spread the love

ବ୍ରହ୍ମପୁର(କୈଳାସ ଚନ୍ଦ୍ର ଚୌଧୁରୀ):-ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମାଁ ତାରାତାରିଣୀ ମନ୍ଦିରରୁ ଚୋରି ଘଟଣାରେ ପୁରୁଷୋତ୍ତମ ପୁର ପୋଲିସ ରାତ୍ରୀ ଜଗୁଆଳି ସହ ୬ ଜଣ ଗିରଫ କରିଛନ୍ତି।ଚୋରିରେ ବ୍ୟବହୃତ ସାମଗ୍ରୀ ସହ ନଗଦ ୩୯ ହଜାର ଟଙ୍କା ଓ କିଛି ଚୋରି ସାମଗ୍ରୀ ଜବତ ହୋଇଛି। ଗିରଫ ସମସ୍ତ ଅଭିଯୁକ୍ତ ପୁରୁଷୋତ୍ତମପୁର ଥାନା ଅଞ୍ଚଳର। ଗିରଫ ଅଭିଯୁକ୍ତ ମାନେ ହେଲେ ରାତ୍ର ଜଗୁଆଳୀ କାଳିଆ ଦାସ, ବଳିଆ ନାୟକ ଏବଂ ସେବାୟତ ଅମୂଲ୍ୟ ରଣା, ବିକାଶ ରଣା, ଗୈାତମ ରଣା ଓ ରବୀନ କୁମାର ରଣା । ଘଟଣା ଦିନ ଠାରୁ ଗଞ୍ଜାମ ପୋଲିସ ଓ ପୁରୁଷୋତ୍ତମ ପୁର ଥାନା ପୋଲିସ୍ ନେତୃତ୍ୱରେ ଏକ ଟିମ ଅନୁସନ୍ଧାନ ଚଳାଇ ଚୋରି ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।

Leave a Reply

Your email address will not be published. Required fields are marked *