ମହିଳା କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ଛୁଟି ନବୀନ ସରକାରଙ୍କ ନିଷ୍ପଭି ଥୁଲା: ବିଜେଡି
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତରଫରୁ ୧୧ ନଭେମ୍ବର ଦିନ ଜାରି କରାଯାଇଥିବା ବିଜ୍ଞପ୍ତିରେ ମହିଳା କର୍ମଚାରୀ ମାନଙ୍କ ମାସିକ ଋତୁଶ୍ରାବ ଜନିତ ଅସୁବିଧାକୁ ଦୃଷ୍ଟିରେ ରଖ୍ ପ୍ରଦାନ କରାଯାଇଥିବା ଅଧୁକ ୧୨ ଦିନର ଛୁଟି କିଛି ନୂଆ କଥା ନୁହେଁ ଓ ଏହା ପୂର୍ବ ସରକାରଙ୍କ ସମୟରେ ୧୨ ମାର୍ଚ୍ଚ ୨୦୨୪ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିର କପି ପେଷ୍ଠ । କେବଳ ବାହାଦୂରୀ ନେବା ଉଦ୍ଦେଶ୍ୟରେ ପୂର୍ବ ସରକାରଙ୍କ ୧୦ ଦିନ ଛୁଟି ବିଜ୍ଞପ୍ତି ବାତିଲ କରି ୧୨ ଦିନ ନୂଆ ବିଜ୍ଞପ୍ତି କରାଯାଇଛି ବୋଲି ଦଳର ମୁଖପାତ୍ର ସୋଫିଆ ଆଲମ ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି।
ଏହି ବିଜ୍ଞପ୍ତିର ବ୍ୟବସ୍ଥା ଅନୁଯାୟୀ ମହିଳା କର୍ମଚାରୀ ମାନଙ୍କୁ ପ୍ରତି ମାସରେ ଏହି ଅତିରିକ୍ତ ଛୁଟିକୁ ସେହି ମାସରେ ନେବା ବାଧ୍ୟତାମୂଳକ କରାଯାଇଛି, ନ ନେଲେ ଏହା ବାତିଲ ହେବ । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଜଣେ ମହିଳା ସେ ଭଲ ଭାବରେ ଜାଣରି mensuration cycle ଇଂରାଜୀ ବା ଓଡ଼ିଆ ମାସ ଅନୁସାରେ ଆସେନାହିଁ । ଏହା ଚବିଶରୁ ଅଠେଇଶ ବେଳେ ବେଳେ ଅଧିକ ଦିନରେ ହୋଇଥାଏ । ଗୋଟିଏ ଇଂରାଜୀ ମାସରେ ଦୁଇ ଥର periodର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ । ମାସର ପ୍ରଥମ ତାରିଖରେ ଋତୁଶ୍ରାବ ହୋଇଥିଲେ ତାଙ୍କ ପରବର୍ତ୍ତୀ ଋତୁଶ୍ରାବ ସେହି ମାସର ଶେଷ ସପ୍ତାହରେ ମଧ୍ୟ ହୋଇପାରେ । ଏହି କ୍ଷେତ୍ରରେ, ସେହି ମହିଳା ଦ୍ବିତୀୟ ଛୁଟି ପାଇବାରୁ ବଞ୍ଚିତ ହେବେ ବୋଲି ମୁଖପାତ୍ର ଆଲମ କହିଥିଲେ ।
ମହିଳା ମାନଙ୍କ ଅଧିକାର ଓ ସେମାନଙ୍କ ସୁରକ୍ଷାକୁ ସବୁବେଳେ ପ୍ରଧାନ୍ୟ ଦେଉଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ୧୨ ମାର୍ଚ୍ଚ ୨୦୨୪ରେ ପ୍ରକାଶିତ ବିଜ୍ଞପ୍ତିରେ ମହିଳା ମାନଙ୍କ ଋତୁଶ୍ରାବ ଜନିତ ସମସ୍ୟାକୁ ଆଖରେ ରଖି ଅଧୁକ ୧୦ ଦିନର ସ୍ଵତନ୍ତ୍ର ଛୁଟି ପ୍ରଦାନ କରାଯାଇଥିଲା । କିନ୍ତୁ, ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଥିବାରୁ ଋତୁଶ୍ରାବ ଜନିତ ଛୁଟି ବୋଲି ଉଲ୍ଲେଖ କରାଯାଇ ନଥୁଲା | ତେଣୁ ଏ ବିଜ୍ଞପ୍ତି ମହିଳା କର୍ମଚାରୀ ବିରୋଧୀ ଓ ସେମାନଙ୍କ ବ୍ୟକ୍ତିଗତ ଗୋପନୀୟତାକୁ କ୍ଷୁଣ୍ଣ କରୁଥିବାରୁ ଏ ବିଜ୍ଞପ୍ତିକୁ ତୁରନ୍ତ ସଂଶୋଧନ କରିବା ପାଇଁ ବିଜେଡି ଦାବି କରୁଛି ।
୧୧ ନଭେମ୍ବରରେ ପ୍ରକାଶିତ ହୋଇଥିବା ବିଜ୍ଞପ୍ତିରେ ୧୦ ଦିନର ଛୁଟିକୁ ୧୨ ଦିନ କରାଯାଇଛି । କିନ୍ତୁ,ଏହି ଛୁଟି ୫୫ ବର୍ଷରୁ ଉର୍ଦୁ ମହିଳାଙ୍କୁ ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ତାଛଡା, ପ୍ରତି ମାସର ଛୁଟି ସେହି ମାସରେ ନେବାକୁ ହେବ ବୋଲି ମଧ୍ୟ କୁହାଯାଇଛି । ପୂର୍ବ ସରକାର ୧୦ ଦିନ ଛୁଟି ଘୋଷଣା କରିଥିବା ବେଳେ,ଏହି ବିଜ୍ଞପ୍ତି କେବଳ ନିଜର ବାହାବା ନେବା ପାଇଁ ଉଦ୍ଦିଷ୍ଟ । ତାଛଡା, ଋତୁଶ୍ରାବ ଏକ ବ୍ୟକ୍ତିଗତ ଓ ସ୍ପର୍ଶକାତର ପ୍ରସଙ୍ଗ ହୋଇଥିବାରୁ ମହିଳା କର୍ମଚାରୀ ମାନେ ଋତୁଶ୍ରାବ ପାଇଁ ଛୁଟି ଦରଖାସ୍ତ କରିବା ପାଇଁ ଅସ୍ୱାଭାବିକତା ଅନୁଭବ କରିବେ । ୫୫ ବର୍ଷରୁ ଉର୍ଦ୍ଧ୍ଵ ମହିଳା କର୍ମଚାରୀଙ୍କୁ ଏହି ଛୁଟିରୁ ବଞ୍ଚିତ କରିବା ଯୁକ୍ତିଯୁକ୍ତ ହୋଇନାହିଁ ବୋଲି ମୁଖପାତ୍ର ଆଲମ କହିଥିଲେ ।