ଟାଟା କମ୍ପାନୀରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ରେ କୋର୍ଟରେ ହାଜର ହେଲେ ବ୍ରହ୍ମପୁର ସାଂସଦ।

0
Spread the love

ବ୍ରହ୍ମପୁର:-ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଗ୍ରାମାଞ୍ଚଳ) ଜୁଏଲ ପଟ୍ଟନାୟକଙ୍କ କୋର୍ଟରେ ହାଜର ହେଲେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ। ଶ୍ରୀ ପାଣିଗ୍ରାହୀ ଟାଟା କମ୍ପାନୀରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ପାଞ୍ଚୋଟି ଠକେଇ ମାମଲାରେ ଆଜି ଚାର୍ଜଫ୍ରେମ୍ ହୋଇଛି। ଆଜି ସାଂସଦ ପାଣିଗ୍ରାହୀଙ୍କ ସହ ଆକାଶ ପାଠକ ଓ ତାଙ୍କ ବାପା ଅଭୟ ପାଠକ କୋର୍ଟ ହାଜର ହୋଇଛନ୍ତି। ଅନ୍ୟତମ ଅଭିଯୁକ୍ତ ସର୍ବେଶ୍ଵର ରାଓଙ୍କ ମୃତ୍ୟୁ ହୋଇଥିବାରୁ ଏହି ମାମଲାରୁ ତାଙ୍କୁ ବାଦ ଦିଆଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଅନ୍ୟତମ ଅଭିଯୁକ୍ତ ସାଂସଦ ଶ୍ରୀ ପାଣିଗ୍ରାହୀଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀଙ୍କୁ ବି ଏହି ମାମଲାରୁ ବାଦ ଦିଆଯାଇଛି।

Leave a Reply

Your email address will not be published. Required fields are marked *