ଦ୍ୱିତୀୟ ଅଲଫା କପ ଉଦଘାଟନ,ପ୍ରଥମ ମ୍ୟାଚ ଆକ୍ସଫୋଡ଼ ଦଳ ବିଜୟୀ।

0
Spread the love

ବ୍ରହ୍ମପୁର :-ଅଲଫା ସ୍ପୋର୍ଟିଙ୍ଗି କ୍ଲୁବ ଆନୁକୂଲ୍ୟରେ ୨ୟ ଅଲଫା କପ
ଜ଼ିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଅଙ୍କୁଶୁପୁର (SMIT )ଖେଳ ପଡିଆରେ ଉଦଘାଟଣ ହୋଇଯାଇଛି l ଏହି ଟୁନାମେଣ୍ଟଟି ୧୨ ତାରିଖ ଠାରୁ ଆରମ୍ଭ ହୋଇ ୧୯ ତାରିଖ ପ୍ରାୟ ୭ ଦିନ ଧରି ଚାଲିବାକୁ ଥିବାବେଳେ ଏଥିରେ ୮ ଟି ଦଳ ଅଂଶ ଗ୍ରହଣ କରିଛନ୍ତି l ଆଜିର ଉଦଘାଟଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେଡି ଜ଼ିଲ୍ଲା ସଭାପତି ତଥା ଅଲଫା ସ୍ପୋର୍ଟଙ୍ଗି କ୍ଲୁବ ସଭାପତି ଡ଼.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଅନ୍ୟମାନଙ୍କ ମଧ୍ୟରେ ସକାଳ ଖବର କାଗଜର ଦକ୍ଷିଣ ଓଡିଶା ମୁଖ୍ୟ ଶକ୍ତିଧର ରାଜଗୁରୁ,ଅଲଫା ସ୍ପୋର୍ଟିଂକ୍ଲୁବ ର ସମ୍ପାଦକ ବିଜୟ ଭାସ୍କର ସିଂ
ସାମନ୍ତ,ଏଡ଼ଭାଇଜର ଅମିତ କୁମାର ଦାସ, କ୍ରିକେଟ ଆସୋସିଏସନର ଟ୍ରଜେରର ରାମୁଣୀ ମହାନ୍ତି,ସିମାଞ୍ଚଳ ସାହୁ,ସାନ୍ତୁନୁ ମିଶ୍ର, କନିଷ୍କ ରାଉତ, ପିଣ୍ଟୁ ମହାରଣା ଉପସ୍ଥିତ ରହି ଏହି ଖେଳକୁ ପରିଚଳନା କରିଥିଲେ l ଆଜିର ପ୍ରଥମ ମ୍ୟାଚ ଏକ୍ସଫୋର୍ଡ କ୍ଲୁବ ବନାମ ଖଲ୍ଲିକୋଟ କ୍ରିକେଟ କ୍ଲୁବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଖଲ୍ଲିକୋଟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତି ନେଇଥିଲେ l ନିର୍ଦ୍ଧାରିତ ୩୫ ଓଭର ମ୍ୟାଚରେ ୩୩. ୪ ଓଭର ଖେଳି ସମସ୍ତ ଉଇକେଟ ହରାଇ ୧୫୩ ରନ କରିଥିଲେ l ଦଳ ପକ୍ଷରୁ ଶ୍ରୀକାନ୍ତ ଗୌଡ଼ ୭୭ ବଳ ଖେଳି ୫୧ ରନ କରିଥିଲେ l ଅକ୍ସଫୋର୍ଡ କ୍ଲୁବ ପକ୍ଷରୁ ବୋଲିଂରେ ସେବାଗ ନାୟକ,ସଂଗ୍ରାମ ବାଡ଼ତିଆ, ସୁରଜ ପଟ୍ଟନାୟକ ତିନି ତିନୋଟି ଉଇକେଟ ଅକ୍ତିହାର କରିଥିଲେ l ଜବାବରେ ଅକ୍ସଫୋର୍ଡ ଦଳ ୧୯. ୧ ଓଭର ଖେଳି ୪ ଗୋଟି ଉଇକେଟ ବିନିମୟରେ ଆବଶ୍ୟକ ୧୫୬ ରନ କରି ବିଜୟୀ ଲାଭ କରିଲେ l ଦଳ ପକ୍ଷରୁ ସଂଗ୍ରାମ ବାଡ଼ତିଆ ୩୬ ବଲ ଖେଳି ୪o ରନ ଓ କେ ରୋହିତ କୁମାର ୪୨ ବଲ ଖେଳି ୩୭ ରନ କରିଥିଲେ l ଏହି ମ୍ୟାଚକୁ ଅକ୍ସଫୋର୍ଡ ଦଳ ୬ ଗୋଟି ଉଇକେଟ ମ୍ୟାଚ ଜିତିନେଇଥିଲେ l ଆଜିର ମ୍ୟାଚରେ ଏମ୍ପାୟାର ଭାବେ ରଜନୀ କାନ୍ତ ରେଡି ଓ ସୁଶାନ୍ତ କୁମାର ପଣ୍ଡା ଖେଳକୁ ପରିଚଳନା କରିଥିବା ବେଳେ ସ୍କୋରର ଭାବେ ଅଜୁ ଦାସ ସଯୋଗ କରିଥିଲେ l ଆଜିର ମ୍ୟାଚରେ ମେନ ଅଫ ଦା ମ୍ୟାଚ ଭାବେ ସଂଗ୍ରାମ ବାଡ଼ତୀୟା ପୁରସ୍କୃତ ହୋଇଛନ୍ତି l

ତେବେ ବ୍ରହ୍ମପୁରଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରିବା ଲାଗି ସମସ୍ତଙ୍କୁ ଅନୁମତି ମିଳୁଥିଲେ ସୁଦ୍ଧା ଆଲଫା ସ୍ପୋର୍ଟିଂ କ୍ଲବକୁ ଆକ୍ରୋଶ ମୂଳକ ଭାବେ ମ୍ୟାଚ୍ ଆୟୋଜନ କରିବା ଲାଗି ଅନୁମତି ମିଳିଲା ନାହିଁ l ଏନେଇ କ୍ଲବର ସଂପାଦକ ଭୂବନେଶ୍ୱର ଯାଇ ଅନୁମତି ଆଣିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ମିଳି ନଥିବା ନେଇ ଖେଳାଳି ମାନଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି l

Leave a Reply

Your email address will not be published. Required fields are marked *