ମାଣ୍ଡିପଙ୍କା ସମସ୍ୟାରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ସମ୍ମୁଖରେ ସିପିଏମର ବିକ୍ଷୋଭ।
କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକରେ ମାଣ୍ଡିପଙ୍କାରେ ଆମ୍ବ ଟାଙ୍କୁଆ ଜାଉ ଖାଇ ୨ଜଣ ଆଦିବାସୀଙ୍କର ମୃତ୍ୟୁ ଓ ଆଉ ୬ ଜଣ ଗୁରୁତର ଘଟଣାରେ ପାର୍ଟି ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଅଫିସ ସମ୍ମୁଖରେ ଧାରଣା ଦେବା ସହିତ ଏକ ୬ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଏଥିପାଇଁ ରାଜ୍ୟର ମୋହନ ମଝି ସରକାର ପ୍ରତ୍ୟକ୍ଷ ଭାବେ ଦାୟୀ ବୋଲି ରାଜ୍ୟ ସମ୍ପାଦକ ଅଳିକିଶୋର ପଟନାୟକ ଅଭିଯୋଗ କରିଥିଲେ । ସରକାରଙ୍କ ଅବହେଳା କାରଣରୁ ହିଁ ୨ ଜଣ ଆଦିବାସୀ ଜୀବନ ହରାଇଲେ।ଏହି ଘଟଣାର ପୁନରାବୃତ୍ତି ନହେବା ପାଇଁ ନିମ୍ନ ଲିଖିତ ପଦକ୍ଷେପ ଗୁଡିକ ତୁରନ୍ତ ଗ୍ରହଣ କରିବା ପାଇଁ ପାର୍ଟି ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି।
ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ବରିଷ୍ଠ ନେତା କୈଳାଶ ଷଡଙ୍ଗୀ, ହରି କୃଷ୍ଣ ରେଡି, ରାମ ଚନ୍ଦ୍ର ନାୟକ,ବିଦ୍ୟାଧର ଜେନା, ଶିଵ ପ୍ରସାଦ ମହାପାତ୍ର, ପ୍ରତାପ ଚୌଧୁରୀ, ବାବୁଲା ନାୟକ,ଵିଷ୍ଣୁ ପ୍ରିୟା ସାହୁ, ବୈରାଗି ମଳିକ, ଗମାଙ୍ଗ,ବିଜୟ ବିଶୋଇ, ବିଭୁ ପ୍ରସାଦ ପାଣିଗ୍ରାହୀ, ନିଳ ମଣି ଗୁରୁ ,ଗୋପାଳ ପାଣିଗ୍ରାହୀ,ଖାଲି ସ୍ୱାଇଁ,ଅଜୟ ଗୌଡ଼ ପ୍ରମୁଖ ନେତୃତ୍ୱ ନେଇଥିଲେ।
୧)ଖାଦ୍ୟ ସୁରକ୍ଷା ଆଇନର ଖିଲାପକାରୀଙ୍କ ବିରୋଧରେ ହତ୍ୟା ଅପରାଧ ଜନିତ ମାମଲା ରୁଜୁକର।
୨) ମୃତ ବ୍ୟକ୍ତିଙ୍କ ପରିବାରକୁ ୨0 ଲକ୍ଷ ଟଙ୍କା ଲେଖାଏଁ କ୍ଷତି ପୂରଣ ଓ ପରିବାରର ଜଣକୁ ନିଯୁକ୍ତି ଦିଅ।
୩)ସମସ୍ତ ପୀଡିତ ବକ୍ତିଙ୍କୁ ଉତ୍ତମ ଚିକିତ୍ସା ଓ ୫ଲକ୍ଷ ଲେଖାଏଁ ସହାୟତା ଦିଅ।
୪)ମୁଣ୍ଡପିଛା ୧୦ କେଜି ରେସନ ନିୟମିତ ଯୋଗାଅ ।
୫)ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ୨୦୦ ଦିନ କାମ ଯୋଗାଇ ଦିଅ।
୬)ସେହି ଅଞ୍ଚଳରେ ଏକ ଡାକ୍ତର ଖାନା,ପାନୀୟ ଜଳ ଓ ରାସ୍ତାଘାଟର ବ୍ୟବସ୍ଥା କର।