ଦିବ୍ୟ ଜୀବନ ସଂଘ ମହିଳା ଶାଖା ତରଫରୁ ସୁନ୍ଦରକାଣ୍ଡ ପାଠ।
ବ୍ରହ୍ମପୁର:- ଦିବ୍ୟ ଜୀବନ ସଂଘ ମହିଳା ଶାଖା ତରଫରୁ ଚାଲିଆସୁଥିବା ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ସପ୍ତମ ଦିବସରେ ବ୍ୟାସ ପ୍ରମୋଦ କୁମାର ଦାସ, (ମାହାଙ୍ଗା), ଅରୁଣ କୁମାର ଦାସ ଓ ଶ୍ରୀନିବାସ ପାତ୍ରଙ୍କ ଦ୍ଵାରା ସୁନ୍ଦରକାଣ୍ଡ ପାଠ କରାଯାଇଥିଲା। ସନ୍ଧ୍ୟା ପ୍ରବଚନ ରେ ସୁଶ୍ରୀ ଅନୁପମା, (ପୁରୀ) ଯୋଗ ଦେଇ ମର୍ଯ୍ୟାଦାପୁରୁଶୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ ପିତୃଭକ୍ତି ଓ ବନବାସ ବିସୟରେ ଅଶ୍ରୀବଚନ ରଖିଥିଲେ। ଅଧର୍ମର ବିନାଶ ପାଇଁ ଭଗବାନ ଶ୍ରୀରାମ ପ୍ରକଟ ହୋଇ ବହୁତ ଦାନବ ସଂହାର କରିଥିଲେ। ଆସନ୍ତା ୧୩ ରୁ ୧୫ ତାରିଖ ଯାଏଁ ଓଡ଼ିଶା ର ପ୍ରଖ୍ୟାତ ବକ୍ତା ଶ୍ରୀମତୀ କମଳ କୁମାରୀ ପାଣିଗ୍ରାହି, ଉତ୍କଳ ମୀରା, ସୁନାବେଢ଼ା ଉପସ୍ଥିତ ରହି ଶ୍ରୀକୃଷ୍ନଚରିତାମୃତ ଓ ଗୁରୁ ଶିବାନନ୍ଦ ସରସ୍ୱତୀ ମହାରାଜ ଓ ସ୍ବାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ଲିଳାମୃତ ଆଧାରିତ ଅଶ୍ରୀବଚନ ଦେବେ।ଆସନ୍ତା ୧୩ ତାରିଖ ରେ ହରିହାଟ ଏବଂ ୧୪ ତାରିଖ ରେ ଗୀତାପାଠ ଅନୁଷ୍ଠିତ ହେବା ସହ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀକୃଷ୍ଣ ଚରିତାମୃତ ପ୍ରବଚନ, ନାମ ଯଜ୍ଞ ଓ ପ୍ରାୟ ୧୦୦୦ ଜଣ ନାରାୟଣ ଙ୍କୁ ବସ୍ତ୍ର ବଣ୍ଟନ ସହିତ ପ୍ରାୟ ୪୦୦୦ ଭକ୍ତ ଙ୍କ ନିମନ୍ତେ ପ୍ରସାଦ ବ୍ୟବସ୍ଥା କରାଯିବ ବୋଲି ଦିବ୍ୟ ଜୀବନ ସଂଘ ସମନ୍ୱୟ ସମିତିର କୋଷାଧ୍ୟକ୍ଷ ଶାନ୍ତିଭୁଷଣ ପଣ୍ଡା ସୂଚନା ଦେଇଥିଲେ। ଏହି ପବିତ୍ର କାର୍ତ୍ତିକ ମାସରେ ଆଶ୍ରମ ରେ ପୂଜା ପାଉଥିବା ଚତୁର୍ଦ୍ଧାମୂର୍ତ୍ତି ଓ ଗୁରୁମହରାଜ ଙ୍କ ଠାରେ ପ୍ରତ୍ୟେକ ଦିନ ପ୍ରାତଃ ୫.୦୦ ଓ ସନ୍ଧ୍ୟା ୬.୦୦ ରେ ବରିଷ୍ଠ ଗୁରିଭାଇ ଅରୁଣ କୁମାର ଦାସ ଙ୍କ ଦ୍ଵାରା ହେଉଥିବା ୧୦୮ ଆରତୀ ଦେଖିବା ପାଇଁ ବହୁ ଜନସମାଗମ ଦେଖିବାକୁ ମିଳୁଛି।ବରିଷ୍ଠ ଗରୁଭାଇ ବଂଶୀଧର ଦାଶଙ୍କ ଅକାଳ ବିୟୋଗରେ ସ୍ମୃତିଚାରଣ କରିବା ସହିତ ଆମର ଆତ୍ମାର ସଦ୍ଗତି ପାଇଁ ମନ୍ତ୍ର ପାଠ କରାଯାଇଥିଲା।