ନୂତନ ଜ୍ଞାନକୌଶଳ ରେ ନିର୍ମିତ ଡି ଜେ ମେଳା ଅନୁଷ୍ଠିତ।

0
Spread the love

ବ୍ରହ୍ମପୁର:-ବ୍ରହ୍ମପୁର ଉପକଣ୍ଠସ୍ଥ ମାଁ ମହୁରୀ କାଳୁଆଙ୍କ ପୀଠରେ ଭାରତ ପ୍ରସିଦ୍ଧ ତଥା ସ୍ଵଦେଶୀ ଜ୍ଞାନକୌଶଳରେ ବେସଫକ୍ସ କମ୍ପାନୀର ନିର୍ମିତ ସାଉଣ୍ଡ ସିଷ୍ଟମ ଡିଜେ ର ପ୍ରଦର୍ଶନ ମେଳା ଅନୁଷ୍ଠିତ ହୋଇ ଯାଇଛି।7- ଓ 8-11-24 ଦୁଇଦିନିଆ ପ୍ରଦର୍ଶନୀ ମେଳାକୁ ମାନ୍ୟବର ସାନଖେମୁଣ୍ଡି ବିଧାୟକ ରମେଶ ଜେନା ମୁଖ୍ଯ ଅତିଥି ଭାବେ ଯୋଗଦାନ କରି ଉତ୍ତମ ଓ ସ୍ବଦେଶ ଜ୍ଞାନ କୌଶଳରେ ନିର୍ମିତ ଏହି ସାଉଣ୍ଡ ସିଷ୍ଟମ ସହ ଅନ୍ଯାନ୍ଯ କମ୍ପାନୀର ନିର୍ମିତ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ଜିନିଷର ଗୁଣାତ୍ମକ ଓ ସ୍ବାସ୍ଥ୍ୟ ନିରାପଦ ଯନ୍ତ୍ରପାତି ବିଷୟର ବିସ୍ତୃତ ଓ ପ୍ରଞାଳ ଭାବେ ଉପସ୍ଥାପିତ କରିଥିଲେ।ଅନ୍ଯତମ ମୁଖ୍ଯ ଅତିଥି ମାନ୍ୟବର ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ବେସଫେକ୍ସ କମ୍ପାନୀର ଜ୍ଞାନକୌଶଳର ନିର୍ମିତ ବିଷୟର ଉପାଦେୟ ବିଷୟର ସୂଚନା ଦେଇଥିଲେ।ବେସଫକ୍ସ କମ୍ପାନୀର ମେନଜିଂଗ ଡାଇରେକ୍ଟର ରଞ୍ଜିତ ପଟେଲ ଅତିଥି ରୂପେ ଯୋଗଦେଇ ଏହି ଡିଜେ ସ୍ବାସ୍ଥ୍ୟର (ହୃଦୟର) କ୍ଷତିକାରକ ନୁହଁଇ ଓ ବର୍ତ୍ତମାନର ଶଦ୍ଦ ପ୍ରଦୁର୍ଶନ ମୁକ୍ତ।ସମ୍ମାନିତ ଅତିଥି ଭାବେ କେ ସି ସି ବ୍ୟାଙ୍କ ସଭାପତି କୋରାପୁଟ ଯୋଗଦେଇ କମ୍ପାନୀଗୁଡିକର ନିର୍ମିତ ବିଭିନ୍ନ ବ୍ରାଣ୍ଡର ଉନ୍ନତମାନର ଜିନିଷର ଉଛ ପ୍ରଶଂସାଗାନ କରିଥିଲେ।ଜେ ହରିବାବୁ,ଶ୍ୟାମ ପ୍ରସାଦ ପାଢୀ ପ୍ରମୁଖ ମଞ୍ଚାସୀନ ଥିଲେ।ସ୍ବତାଧିକାରୀ ତଥା ଓଡିଶା ରେଡିଓ ହାଉସର ମାଲିକ କିରଣ ପଣ୍ଡା ମଞ୍ଚ ପରିଚାଳନ କରି ଅତିଥି ସ୍ବାଗତ ସତ୍କାର କରିଥିଲେ।ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ଆସିଥିବା ସମସ୍ତ ଡିଜେ ମାଲିକ ଓ ଲାଇଟ ଏଣ୍ଡ ସାଉଣ୍ଡ ମାଲିକ ଉପସ୍ଥିତ ରହି ଏହି ପ୍ରଦର୍ଶନୀରେ ବୁଲିବାର ସହ କମ୍ପାନୀଗୁଡିକର ଉପକରଣ ବିଷୟରେ ଅବଗତ ହୋଇଥିଲେ।ଅଶୋକ ଲେଲଣ୍ଡ ,କ୍ଲେରିଓନ,ଟୁଫ ବୁଲ,ଜେନିସିସ ଆଦି କମ୍ପାନୀର ଇଲକ୍ଟ୍ରୋନିକ ଜିନିଷର ବିଭିନ୍ନ ଉପକରଣ ପ୍ରଦର୍ଶିତ ହୋଇଥିଲା।ଦୁଇଦିନିଆ ଏହି କାର୍ଯ୍ୟକ୍ରମରେ ଗ୍ରାହକଙ୍କ ମନରଞ୍ଜନ ପାଇଁ ସଂସ୍କୃତିକ କାର୍ଯ୍ୟକ୍ରମ ସହ ମଧ୍ଯାହ୍ନ ସହ ସଂନ୍ଧ୍ଯା ରେ ଖାଦ୍ୟର ବ୍ୟବସ୍ଥା ଓଡ଼ିଶା ରେଡିଓ ହାଉସ ପକ୍ଷରୁ ହୋଇଥିବା ସୂଚନା ମାଲିକ କିରଣ ପଣ୍ଡା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *