ପୁସ୍ତକ ମେଳା ପୁସ୍ତକ ଷଷ୍ଟ ରଜନୀରେ ମଞ୍ଚ ନାଟକ ଉପରେ ଆଲୋଚନା।
ବ୍ରହପୁର:- ସ୍ଥାନୀୟ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ଖେଳ ପଡ଼ିଆରେ ଅନୁଷ୍ଠିତ ୧୧ ତମ ବ୍ରହ୍ମପୁର ମହାନଗର ପୁସ୍ତକ ମେଳା ଷଷ୍ଟ ଦିନରେ ପହଂଚି ଯାଇଛି । ଲୋକ ଭିଡ଼ ସହ ପୁସ୍ତକ ପ୍ରେମୀଙ୍କ ଭିଡ଼ ମେଳାରେ ଦେଖିବାକୁ ମିଳୁଛି । ଆଜି ତଥା ଷଷ୍ଟ ଦିନରେ ମଞ୍ଚ ନାଟକ ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ସମାଜ ସେବୀ ତଥା ଚିକିଟି ବିଧ୍ୟାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଯୋଗଦେଇ ମଞ୍ଚ ନାଟକ ଓ ପୁସ୍ତକ ମେଳା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଁ ସାହିତ୍ୟ ସଂସ୍କୃତି ପାଇଁ ସାରାକାଳ ସମର୍ପିତ ବୋଲି ବିଧାୟକ କହିଥିଲେ ।ବିଶିଷ୍ଟ ଅତିଥି ଭାବେ ସମାଜ ସେବୀ ତଥା ନାଟ୍ୟ ସଂଗଠକ ଶ୍ରୀଯୁକ୍ତ ଭବାନୀ ମିଶ୍ର ଯୋଗଦେଇ ମଞ୍ଚ ନାଟକର ଭବିଶ୍ୟ ଉଜ୍ଜ୍ବଳ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ରାମ ଚନ୍ଦ୍ର ସାଶମଲ ଯୋଗଦେଇ ମଞ୍ଚନାଟକ ଇତିହାସ ସମ୍ପର୍କରେ କହିଥିଲେ । ସମ୍ମାନିତ ଅତିଥି ଭାବେ କବି ପ୍ରଫୁଲ୍ଲ ତ୍ରିପାଠୀ ଓ ଦୀପ୍ତିମିତା ମହାପାତ୍ର ମଞ୍ଚା ସିନ ଥିଲେ । ପ୍ରାକ୍ତନ ନାଟକ ଏକାଡେମୀ ସଦସ୍ୟ ଶ୍ରୀଯୁକ୍ତ ଅନିଲ କୁମାର ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ,ଶ୍ରୀମ ,ସୁନୀଲ କୁମାର ପ୍ରଧାନ ,ନିହାର ରଞ୍ଜନ ଦାଶ,,ସୁଧାଞ୍ଜଳି ମିଶ୍ର, ବାଲ୍ମୀକି ମହାପାତ୍ର ,ସତ୍ୟମ ଆଚାରୀ ଏବଂ ଅଜିତ କୁମାର ସାବତ ପ୍ରମୁଖ ପରିଚାଳନା କରିଥିଲେ । ସଭାପତି କବି ସୁଶାନ୍ତ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି ପୁସ୍ତକମେଳା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।