ଗଞ୍ଜାମ ପାଇଁ ଗୌରବ ଆଣିଲେ କରପଡା ପଞ୍ଚାୟତ ର ସର୍ଚ୍ଚ ଓ ରେସ୍କୁ ଟିମ l
ବ୍ରହ୍ମପୁର:-ରାଜ୍ୟସ୍ତରୀୟ ପ୍ରତିଯୋଗିତା ରେ ଭାଗନେଇ ତୃତୀୟ ସ୍ଥାନ ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ପୁରସ୍କୃତ ହେଲେ କରପଡା ପଞ୍ଚାୟତର କରପଡା ଗ୍ରାମର ର ସର୍ଚ୍ଚ ଓ ରେସ୍କୁ ଟିମ l ଏହି ପ୍ରତିଯୋଗିତା ପାଇ କରପଡା ଗ୍ରାମର ସମାଜସେବୀ ରାମ ଚନ୍ଦ୍ର ନାୟକ (ସେକ୍ରେଟାରୀ ) ଙ୍କ ନେତୃତ୍ୱ ରେ କରପଡା ଗ୍ରାମର ରୁଦ୍ର ନାୟକ,ମୋହନ ନାୟକ,ବିଶ୍ୱଜିତ ନାୟକ,ଶଙ୍କର ନାୟକ,ମିନାକ୍ଷୀ ନାୟକ,ଶ୍ରଦ୍ଧାଞ୍ଜଳି ଚୌଧୁରୀ,ଲିଶା ରାଉଳ ଓ ରିତୁନ ମହାପାତ୍ର ଭାଗ ନେଇଥିଲେ ଏବଂ ସାରା ଓଡିଶା ର ଟିମ କୁ ପଛରେ ପକାଇ ତୃତୀୟ ସ୍ଥାନ ପାଇଛନ୍ତି l ଏହା ଗଞ୍ଜାମ ଜିଲ୍ଲା ତଥା କରପଡା ପଞ୍ଚାୟତ ପାଇଁ ଗର୍ବ ଓ ଗୌରବ ର ବିଷୟ ଅଟେ l ଯେତେବେଳେ ବନ୍ୟା, ବାତ୍ୟା ପରି ପ୍ରାକୃତିକ ଦୁର୍ବିପାକ ଆସେ ସେପରି ପ୍ରତିକୂଳ ପରିସ୍ଥିତିରେ ଏହି ଟିମ ନିଜ ଦକ୍ଷତା ଓ କୌଶଳ ବଳରେ ଅସହାୟ ଜନତାଙ୍କ ପାଖରେ ପଂହଁଚି ସେବା ଯୋଗେଇ ଥାନ୍ତି l ତେଣୁ ଗତ 29.10.2024 ରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ମୁଖ୍ୟମନ୍ତ୍ରୀ ଠାରୁ ପୁରସ୍କୃତ ହୋଇଛନ୍ତି l