ଲକ୍ଷ୍ମୀବାଈ ମହିଳା ସେବା ସଂଘ ପକ୍ଷରୁ ଔଷଧ ଚାରା ବଣ୍ଟନ।

0
Spread the love

ବ୍ରହ୍ମପୁର:- ପବିତ୍ର କାର୍ତ୍ତିକ ମାସ ଅବସରରେ ମୁକ୍ତେଶ୍ଵର ମନ୍ଦିର ନିକଟରେ ରାଣୀ ଲକ୍ଷ୍ମୀବାଈ ମହିଳା ସେବା ସଂଘ ପକ୍ଷରୁ ବାଟୋଇଙ୍କୁ ମାଗଣାରେ ଔଷଧୀୟ ଚାରା ବଣ୍ଟନ କରାଯାଇଥିଲା । ସଭାନେତ୍ରୀ ଏସ୍.ରାଣୀ ଙ୍କ ନେତୃତ୍ୱରେ ଏପରି ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥୁଲା I ଏଥିରେ ରଞ୍ଜିତା ପାତ୍ର, ସିପ୍ରା ସାହା, ଅଞ୍ଜନା ସାହା, କୁନି ଦାସ, ସନ୍ତୋଷୀ ଦାସ, ଶାଳିନୀ, ଶ୍ରୀନିବାସ ଦୋରା, ମଦନ ମୋହନ ପାତ୍ର ଓ ସୁଦୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବହୁଜନସାଧାରଣ ଏପରି ଚାରା ନେଇ ଏଠାରେ ଖୁସି ଅନୁଭବ କରିଥିଲେ । ଏପରି ଅନୁଷ୍ଠାନ ପକ୍ଷରୁ ନିୟମିତ ଚାରା ବଣ୍ଟନ କରାଯାଇ ଜନସାଧାରଣ ମଧ୍ୟରେ ସଚେତନତା କରା‌ଯିବ ବୋଲି ସଭାନେତ୍ରୀ ରାଣୀ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *