ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ରେ ଚୋରି, ପୋଲିସ ର ତନାଘନା ଆରମ୍ଭ।
ବ୍ରହ୍ମପୁର(କୈଳାସ ଚନ୍ଦ୍ର ଚୌଧୁରୀ):-ଜାତୀୟ ସ୍ତରରେ ପରିଚିତ ଓ ଗଞ୍ଜାମ ଜିଲ୍ଲା ର ରୁଷିକୁଲ୍ୟା ନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ମାଁ ତାରାତାରିଣୀ ମନ୍ଦିର ରେ ଗତକାଲି ନିଶାର୍ଦ୍ଧ ରାତିରେ ମନ୍ଦିର ତାଲା ଭାଙ୍ଗି ବହୁ ମୁଲ୍ୟର ଅଳଙ୍କାର ଲୁଟି ନେବାରେ ସଫଳ ହୋଇଛନ୍ତି। ଘଟଣା ରୁ ପ୍ରକାଶ ଯେ ରାତ୍ରୀ ପହଡ଼ ପରେ ମନ୍ଦିରର ପୂଜକ ତାଲା ବନ୍ଦ କରି ଘରକୁ ଚାଲିଯାଇଥିଲେ। ଆଜି ଭୋର ମନ୍ଦିର ତାଲା ଖୋଲି ଦେଖିଲା ବେଳକୁ ମନ୍ଦିର ଦାନ ପେଢିର ଗୋଟିଏ ତାଲା ଭାଙ୍ଗିଛି ଓ ମାଁଙ୍କ ପରିଧାନ ମୁକୁଟ,ମୁଖା ଓ ଛତା ଚୋରି ହୋଇଛି। ଏହି ବିଷୟରେ ପୁଜାରୀ ମନ୍ଦିର କମିଟି କର୍ମକର୍ତ୍ତା ଙ୍କୁ ଅବଗତ କରାଇବା ପରେ ମନ୍ଦିରର ପ୍ରଶାସନିକ ଅଧିକାରୀ, କିଛି କର୍ମକର୍ତ୍ତା ଓ ଅନ୍ୟ ପୁଜାରୀ ମାନେ ମନ୍ଦିର ରେ ପହଞ୍ଚି ପରିସ୍ଥିତି ଦେଖିଲେ ଓ ପ୍ରଶାସନିକ ଅଧିକାରୀ ଆଇନଜୀବୀ ତିରୁମାଲା ରେଡ଼ି ପୁରୁଷୋତ୍ତମପୁର ଥାନା କୁ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମନ୍ଦିର ର ସମସ୍ତ କୋଣ ଅନୁକୋଣରେ ସିସିଟିଭି କ୍ୟାମେରା ସଂଯୋଗ ପାଇଁ ଗତ ମାସର ବୈଠକରେ ନିଷ୍ପତି ହୋଇଛି। କିନ୍ତୁ ଏହି କାର୍ଯ୍ୟକ୍ରମର ବିଳମ୍ବ କୁ ନେଇ କିଛି ଜାଣିବା ଲୋକ ଏହି ଭଳି ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡୁଛି।