ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜ୍ୟବାସୀଙ୍କ ସମ୍ମୁଖରେ କ୍ଷମା ପ୍ରାର୍ଥନା କରନ୍ତୁ : ବିଜେଡି

0
Spread the love

ଭୁବନେଶ୍ୱର: କନ୍ଧମାଳ ଅଞ୍ଚଳର ର ଦାରିଙ୍ଗବ ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଯାଉ ଖାଇ ଦୁଇ ଜଣ ମହିଳା ହିଳା ମୃତ୍ୟୁବରଣ କରିଥିବା 3 ລບ ଜଣ ମହିଳା ଗୁରୁତର ହୋଇଥିବା ଘଟଣାରେ ରାଜ୍ୟ ସରକାରଙ୍କ ପିଡିଏସ୍ ବଣ୍ଟନ ବ୍ୟବସ୍ଥା ସମ୍ପୂ ସମ୍ପୂର୍ଣ ବିଫଳ ହୋଇଥିବା ଯୋଗୁଁ ଏଭଳି ଅଭାବନୀୟ ସ୍ଥିତି ଉପୁଜିଲା ବୋଲି ବିଜେଡି ତରଫରୁ କୁହାଯାଇଛି। I ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ମୁଖପାତ୍ର ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ନିୟମ ଅନୁଯାୟୀ ରାଜ୍ୟରେ ରାସନ ବଣ୍ଟନର ସୁଷମ ବ୍ୟବସ୍ଥା ରାଜ୍ୟ ସରକାର କାରଙ୍କ ସମ୍ପୂର୍ଣ ମ୍ପୂର୍ଣ ଦାୟିତ୍ଵ। ଉଲ୍ଲେଖଯୋଗ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ବ୍ୟତୀତ ରାଜ୍ୟରେ ନବୀନ ସରକାରଙ୍କ ଦ୍ଵାରା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କର କରାଯାଇଛି, ଯାହା ମାଧ୍ୟମରେ ଆ ଅଧୂକ ପଚିଶ ଲକ୍ଷ ଲୋକଙ୍କୁ ମୁଣ୍ଡ ପିଛା ପାଞ୍ଚ କେଳି ଚାଉଳ ପ୍ରତି ମାସ ପ୍ରଦାନ କରା କରାଯାଉଛି। ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା ଅନୁଯାୟୀ ତିନି ମାସର ରାସନ ବଣ୍ଟନ ବଣ୍ଟନ ପାଇଁ ୨୭ ସେପ୍ଟେମ୍ବର ଦିନ ଅର୍ଡର ବାହାରି ଥୁଲା, ଯାହା ପଚିଶ ଦିନ ଭିତରେ ବଣ୍ଟନ କାର୍ଯ୍ୟ ଶେଷ ହେବା କଥା । କିନ୍ତୁ, ଏକ ମାସ ମାସରୁ ଉର୍ଦ୍ଧ୍ବ ବିତି ଯାଇଥିଲେ ମଧ୍ୟ ମାଶିପଙ୍କା ଅଞ୍ଚଳରେ ଏହି ରାସନ ବଣ୍ଟନ ବ କରାଯାଇ ନଥିଲା । ଏହି ଘଟଣା ଘଟିଯିବା ପରେ ତରବରିଆ ଭାବେ ୨ ନଭେମ୍ବର ଦିନ ରାସନ ବଣ୍ଟନ କରାଯାଇଥିଲା। ରାସନ ବଣ୍ଟନ ହୋଇପାରି ନଥିବା କଥାକୁ ଜିଲ୍ଲାପାଳ ସ୍ବୀକାର କରିଛନ୍ତି ବୋଲି ଶ୍ରୀ ଦାସବର୍ମା କହିଥିଲେ।

ଶ୍ରୀ । ଦାସବର୍ମା କହିଲେ, ଏହି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାର ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ପରିବର୍ତ୍ତେ ଅତ୍ୟନ୍ତ ଦାୟିତ୍ରହୀନ ମନ୍ତବ୍ୟ ଦେଇଥିଲେ । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆମ୍ବଟାକୁଆ ସେ ଅଞ୍ଚଳର ବାସିନ୍ଦାଙ୍କ ପାରମ୍ପରିକ ଖାଦ୍ୟ ବୋଲି କହିଥିଲେ । ସେହିପରି, ରାଜ୍ୟର ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମଧ୍ୟ ଆମ୍ବଟାକୁଆ ସେହି ଅଞ୍ଚଳର ବାସିନ୍ଦାଙ୍କ ପାରମ୍ପରିକ ଖାଦ୍ୟ ବୋଲି କହିବା ସହ ଘଟଣା ଘଟିଲା ବେଳେ ଏହି ଘଟଣାରେ ମୃତାହତ ହୋଇଥିବା ଲୋକଙ୍କ ଘରେ ପର୍ଯ୍ୟାପ୍ତ ପରିମାଣରେ ଚାଉଳ ଥିଲା ବୋଲି ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ତାଙ୍କର ଦାୟିତ୍‌ହୀନ ମନ୍ତବ୍ୟ ପାଇଁ ରାଜ୍ୟବାସୀଙ୍କ ସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ଶ୍ରୀ ଦାସବର୍ମା ଦାବି କରିଥିଲେ।

Leave a Reply

Your email address will not be published. Required fields are marked *